www.samajalive.in
Saturday, December 6, 2025
26.1 C
Bhubaneswar

ସମାଜସେବୀ କେଶବ ଚନ୍ଦ୍ର ବେହେରାଙ୍କୁ ଜଷ୍ଟିସ୍‍ ରାଜକିଶୋର ଦାସ ସ୍ମାରକୀ ସମ୍ମାନ

ବାଙ୍କୀ: କଟକ ଠାରେ ଆୟୋଜିତ ଜଷ୍ଟିସ୍‍ ରାଜକିଶୋର ଦାସଙ୍କ ୨୬ତମ ସ୍ମୃତି ସଭା ଅବସରରେ ସମାଜସେବୀ କେଶବ ଚନ୍ଦ୍ର ବେହେରାଙ୍କୁ ଜଷ୍ଟିସ୍‍ ରାଜକିଶୋର ଦାସ ସ୍ମାରକୀ ସମ୍ମାନ ୨୦୨୧ ପ୍ରଦାନ କରାଯାଇଛି। ବାଙ୍କୀ ଅଞ୍ଚଳର ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ରାଷ୍ଟ୍ରୀୟ ଯୁବ ପୁରସ୍କାର ପ୍ରାପ୍ତ ତଥା ବାଙ୍କୀ ଆଞ୍ଚଳିକ ଆଦିବାସୀ ହରିଜନ କଲ୍ୟାଣ ପରିଷଦର ସମ୍ପାଦକ ଶ୍ରୀ ବେହେରାଙ୍କ ମାନବିକ ସେବା, ଗରୀବ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଦୀର୍ଘ ୨ଦଶନ୍ଧି ଧରି କାମ କରିଥିବା ପରିପ୍ରେକ୍ଷୀରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସୂଚନା ଅନୁଯାୟୀ ଜଗନ୍ନାଥ ପଟ୍ଟନାୟକଙ୍କର ସଭାପତିତ୍ୱରେ ଆୟୋଜିତ ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ବିଚାରପତି ଶତୃଘ୍ନ ପୂଜାହାରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲା ବେଳେ ମୁଖ୍ୟ ବକ୍ତା ଚିତରଞ୍ଜନ ପଣ୍ଡା, ସାମ୍ବାଦିକ ସତ୍ୟ ରାୟ, ଆଇନଜିବୀ ଦୁର୍ଗାଚରଣ ଭୂତିଆ, ପ୍ରଫେସର ସଂଘମିତ୍ରା ପତି, ପଣ୍ଡିତ ଏ. ମହେଶ୍ୱର ରାଓ, ସାମ୍ବାଦିକ ବିଜୟ ଅଗ୍ରଓାଲ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories