www.samajalive.in
Wednesday, December 10, 2025
16.1 C
Bhubaneswar

ଶ୍ରୀ କୈଳାସ ଆରୋଗ୍ୟ ଧାମରେ ଆରୋଗ୍ୟ ଭାରତୀ କାର୍ଯ୍ୟକ୍ରମ

ପାଟଣା : ଗଦାଧରପୁର ସ୍ଥିତ ଶ୍ରୀ କୈଳାସ ଆରୋଗ୍ୟ ଧାମରେ ଆରୋଗ୍ୟ ଭାରତୀ କାର୍ଯ୍ୟକ୍ରମ କୋରାନା ମାର୍ଗଦର୍ଶିକାକୁ ମାନି ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆରୋଗ୍ୟ ଭାରତୀର ରାଜ୍ୟ ସଭାପତି ଡ଼.ପବିତ୍ର କୁମାର ମହାନ୍ତ ,ସମାଜସେବୀ ହେମନ୍ତ କୁମାର ବେହେରା , ସକ୍ଷମ ରାଜ୍ୟ ସଭାପତି ବୀରକିଶୋର ମହାନ୍ତ ଯୋଗ ଦାନ କରିଥିଲେ। ଗୁରୁକୂଳ ମଡେଲ ସ୍କୁଲର ପ୍ରଧାନଶିକ୍ଷକ ଅଖିଳ ପ୍ରଧାନ, ପ୍ରଶାସନିକ ଅଧିକାରୀ ମହେଶ୍ୱର ମହାନ୍ତ,  କୈଳାସ ଅରୋଗ୍ୟ ଧାମର ପରିଚାଳିକା ନମିତା ଚକ୍ରବର୍ତ୍ତୀଙ୍କ ସହ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସ୍ୱତାଲୀନା ଗିରି, ସିପକ କୁମାର ସାହୁ, କୃଷ୍ନା କୁମାରୀ ନାୟକ, ଖଗେଶ୍ୱର ମହାନ୍ତ, ଧବଳେଶ୍ବର ବେହେରା, ଜୟଦେବ ବାରିକ କାଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଶିକ୍ଷକ ମହେଶ୍ୱର ସାହୁ ଅତିଥି ପରିଚୟ ପ୍ରଦାନ ଏବଂ ଧନ୍ୟବାଦ ଅର୍ପଣ  କରିଥିଲେ । ଏହି ଅବସରରେ ଗୁରୁକୂଳ ବିଦ୍ୟାଳୟ ପରିବାରରେ ପଢ଼ୁଥିବା ପିଲମାନେ ନିଜକୁ ଆରୋଗ୍ୟ କରି କିଭଳି ସମ୍ପୂର୍ଣ୍ଣ ଭାରତ ବର୍ଷକୁ ରୋଗ ମୁକ୍ତ କରିବେ ସେ ବିଷୟରେ ଉପଦେଶ ଦିଆଯାଇଥିଲା ଏବଂ ଶେଷରେ ପିଲାମାନଙ୍କୁ କାଢା ବଣ୍ଟନ କରାଯାଇଥିଲା।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories