www.samajalive.in
Wednesday, December 10, 2025
16.1 C
Bhubaneswar

ନବରଙ୍ଗପୁର ଜିଲାରେ ସ୍କ୍ରଵ ଟାଇଫସ ରୋଗ: ୪୩ ଆକ୍ରାନ୍ତ ଚିହ୍ନଟ, ଲୋକଙ୍କୁ ସଚେତନ କଲା ସ୍ୱାସ୍ଥ୍ୟ ବିଭାଗ

ନବରଙ୍ଗପୁର: ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅଂଚଳରେ ଦେଖାଦେଇଛି ଏକ ମାରାତ୍ମକ ରୋଗ ସ୍କ୍ରଵ ଟାଇଫସ। ବର୍ତ୍ତମାନ ପର୍ଯ୍ୟନ୍ତ ୪୩ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିଶ୍ଚିତ ହେଉଥିବା ବେଳେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଲୋକଙ୍କୁ ସଚେତନ କରାଉଛି ସ୍ୱାସ୍ଥ୍ୟ ବିଭାଗ।
ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଧୋଡ଼ିପାଣି ଅଂଚଳରେ ଦେଖାଦେଇଥିଲା ଅଜଣା ରୋଗ। ତେବେ ମ୍ୟାଲେରିଆ ରୋଗର ସମସ୍ତ ଲକ୍ଷଣ ରୋଗୀଙ୍କ ଠାରେ ଦେଖିବାକୁ ମିଳିଥିଲା। ତେଣୁ ରାୟଗଡ଼ା ଜିଲା ବିଷମକଟକ ସ୍ଥିତ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରୁ ସୁସ୍ଥ ହୋଇ ଫେରିବା ପରେ ସେମାନେ ସ୍କ୍ରଵ ଟାଇଫସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡ଼ିଥିଲା। ଗାଁରେ ସମାନ ଲକ୍ଷଣ ଥିବା ଆହୁରି ଅନେକ ଲୋକ ରହିଥିବାରୁ ଖବର ପାଇ ଆଜି ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଟିମ୍ ଗାଁରେ ପହଞ୍ଚିଥିଲା। ବିପିଏମ୍ ମୁଦୀପ୍ତ ରଞ୍ଜନ ରାଉତ, ଏ ବଙ୍କିମ ମିଶ୍ର, ଦେବେନ୍ଦ୍ର ହାଇବା, ଡୋଳେନ୍ଦ୍ର ନାୟକ, ମନୋଜ ସାହୁ, ଦୁମିଳା ସାହୁ ପ୍ରମୁଖ ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ଆରମ୍ଭ କରିଥିଲେ। ପ୍ରଥମେ ମୋଟ ୩୧ଟି ନମୁନା ମଧ୍ୟରୁ ୧୯ ନମୁନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲା। ଜ୍ବର ହେବା ଏବଂ ଶରୀରର ତାପମାତ୍ରା ବଢ଼ିବା ସହ ଦୁର୍ବଳ ଲାଗିବା ଆଦି ଏହି ରୋଗର ଲକ୍ଷଣ। କୌଣସି ବିଷାକ୍ତ ପୋକ କାମୁଡିବା ଦ୍ବାରା ଏହି ରୋଗରେ ଲୋକେ ସଂକ୍ରମିତ ହୋଇଥାଏ ବୋଲି ଜଣାପଡ଼ିଛି।

ଏହି ଅଞ୍ଚଳରେ କେହି ସ୍କ୍ରଵ ଟାଇଫସ୍ ରୋଗରେ ଆକ୍ରାନ୍ତ ହେବା ସରକାରୀ ରେକର୍ଡ ନାହିଁ। ତେବେ ଅଳ୍ପ ଦିନ ମଧ୍ୟରେ ୨୦ରୁ ଊର୍ଦ୍ଧ୍ବ ଚିହ୍ନଟ ହୋଇଥିବାରୁ ଲୋକେ ଆତଙ୍କିତ ରହିଥିଲେ । ଜିଲା ମୁଖ୍ୟ ଚିକିତ୍ସାଳୟରୁ ବିଶେଷଜ୍ଞ ଟିମ୍ ଆସି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ସହ ରୋଗର କାରଣ ତଥା ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରିଥଇଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୮୮ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୬ ଜଣଙ୍କ ରିପୋର୍ଟ ପଜିଟିଭ ହୋଇଛନ୍ତି ବୋଲି ଜଣାପଡ଼ିଛି। ତେବେ ଚିକିତ୍ସା ପରେ ଲୋକେ ସୁସ୍ଥ ଥିବା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି। ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରଚାରପତ୍ର ମାଧ୍ୟମରେ ସଚେତନ କରାଯାଉଛି। ଭାମ୍ୟମାଣ ଗାଡି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବା ସହ ପର୍ଯ୍ୟାପ୍ତ ପରିମାଣରେ କୀଟ ଓ ଔଷଧ ଯୋଗାଇ ଦିଆଯାଇଥିବା କହିଛନ୍ତି ନବରଙ୍ଗପୁର ଜିଲ୍ଲା ମହାମାରୀ ବିଶେଷଜ୍ଞ ଡ. ଶିଳ୍ପୀ ଦାସ। ଲୋକ ବିଲକୁ ଖାଲିପାଦରେ ଯିବାକୁ ବାରଣ କରାଯିବା ସହ ପରିବେଶକୁ ସଫାସୁତୁରା ରଖି ସଚେତନ ହେଲେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories