www.samajalive.in
Wednesday, December 10, 2025
16.1 C
Bhubaneswar

ଦୁଇଦିନିଆ ବ୍ୟାଙ୍କ ଧର୍ମଘଟର ପ୍ରଭାବ

ପିପିଲି : କେନ୍ଦ୍ର ସରକାର ଚଳିତ ଅଧିବେଶନରେ ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ-୨୦୨୧ ସଂସଦରେ ଆଣିବାକୁ ଯାଉଛନ୍ତି । ଏହି ଆଇନ ଦ୍ୱାରା ୨ଟି ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବା ସହଜ ହେବ । ତେବେ ଏହି ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ-୨୦୨୧କୁ ସର୍ବଭାରତରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ସଙ୍ଗଠନଗୁଡିକ ବିରୋଧ କରି ଗୁରୁବାର ଠାରୁ ଦୁଇଦିନ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛନ୍ତି ।
ଏଥିଯୋଗୁଁ ପିପିଲି ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଘରୋଇ ଓ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ଗୁରୁବାର ବନ୍ଦ ରହିଛି । ପିପିଲି ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଇଣ୍ଡସ୍ଇଣ୍ଡ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଆଦି ବନ୍ଦ ରହିଛି । ଏଥିସହ ପିପିଲି ଉପକଣ୍ଠରେ ଥିବା ସମସ୍ତ ଘରୋଇ ଓ ଜାତୀୟକରଣ ବ୍ୟାଙ୍କ ଶାଖା ମଧ୍ୟ ବନ୍ଦ ରହିଛି । ଏହି ବ୍ୟାଙ୍କ ଧର୍ମଘଟ ଫଳରେ ସେବା ବ୍ୟାହତ ହୋଇଥିବା ବେଳେ ଶାଖାଗୁଡିକରେ ଜମା ଓ ଉଠାଣ, ଚେକ୍ କ୍ଲିୟରାନ୍ସ, ଋଣ ମଞ୍ଜୁରୀ ପ୍ରକ୍ରିୟା ଆଦି ପ୍ରଭାବିତ ହୋଇଛି । ଫଳରେ ବ୍ୟବସାୟୀମାନେ ବିଶେଷ ସମସ୍ୟାର ସମ୍ମୁଖିନ ହୋଇଛନ୍ତି। ଏହି ଧର୍ମଘଟ ଯୋଗୁଁ ଶୁକ୍ରବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ଓ ଶନିବାର ବ୍ୟାଙ୍କ କାରବାର ହେବ ବୋଲି ସୂଚନା ମିଳିଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories