www.samajalive.in
Wednesday, December 10, 2025
16.1 C
Bhubaneswar

ଜଳ ଯୋଗାଣ ବନ୍ଦ, ମିଳୁନି ପିଇବା ପାଣି

ହରଭଙ୍ଗା: ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତର ମାଧପୁର ଗ୍ରାମରେ ଦୀର୍ଘ ୧୭ଦିନ ହେଲା ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଫଳରେ ଗ୍ରାମର ତିନୋଟି ସାହିର ୭ଶହ ଲୋକ ପିଇବା ପାଣି ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡିଛି। ପ୍ରକାଶ ଯେ ପଂଚାୟତର ୬ନଂ ଓାର୍ଡ ଅର୍ନ୍ତଗତ ମାଧପୁର କୋଲନୀ ସାହି, ଛକ ସାହି, ମାଧପୁର ସାହି ଭଳି ୩ଟି ବସ୍ତିକୁ ପାଇପ୍ ଜଳ ଯୋଗାଣ ସୁବିଧା କରାଯାଇଛି। ଗତ ୧୫ଦିନ ତଳେ ପମ୍ପ ହାଉସ ଇଲେକ୍ଟ୍ରି ମଟରଟି ପୋଡିଯାଇଥିବାରୁ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଛି।ଏ ସର୍ମ୍ପକରେ ଗାଁ ଲୋକେ ବିଡିଓଙ୍କୁ ଲିଖିତଭାବେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଲିନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଗାଁ ଲୋକେ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଧମକ ଦେଇଛନ୍ତି।ଏ ସର୍ମ୍ପକରେ ବୌଦ୍ଧ ଜଳଓ ପରିମଳ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭଞକିଶୋର ମନୋହରୀଙ୍କୁ ପଚାରିବାରୁ ଇଲେକ୍ଟ୍ରି ମଟର ପୋଡିଯାଇଥିବାରୁ ଜଳ ଯୋଗାଣ ହୋଇପାରୁନଥିବା ସ୍ୱୀକାର କରିଛନ୍ତି।ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସେହିପରି ପମ୍ପ ଚାଳକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାର ଅଂଚଳରେ ଆଠଦିନ ହେଲା ପାଇପ୍ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଫଳରେ ସ୍ଥାନୀୟ ବଜାରର ୭ଟି ଓାର୍ଡର ୫ହଜାର ଲୋକ ପିଇବା ପାଣିରୁ ବଂଚିତ ହୋଇଥିବା ଦେଖିବାକୁ ମିଳିଛି। ତୁରନ୍ତ ଏ ଦିଗରେ ବିକଳ୍ପ ବ୍ୟବସ୍ଥା କରା ନଗଲେ ବଜାରବାସୀ ରାଜରାସ୍ତାକୁ ଓହ୍ଲେଇବା ପାଇଁ ସ୍ଥାନୀୟ ବାସିନ୍ଦା ସତ୍ୟନାରାୟଣ ସାହୁ, ସୁନୀଲ କୁମାର ଅଗ୍ରଓାଲା, ଦେବପ୍ରସାଦ ଦିକ୍ଷୀତ, ଘନଶ୍ୟାମ ମହାରଣା, ଶ୍ରୀଧର ବିଶ୍ୱାଳ, ଅଜିତ କୁମାର ଭୋଇ ଚେତାବନୀ ଦେଇଛନ୍ତି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories