www.samajalive.in
Friday, December 12, 2025
15.1 C
Bhubaneswar

ମାଲ୍ୟାଙ୍କ ବିସ୍ଫୋରକ ବୟାନ; ଦେଶ ଛାଡ଼ିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲି

ନୂଆଦିଲ୍ଲୀ :ବହୁ କୋଟି ଟଙ୍କାର ଋଣ ଠକେଇ ଏବଂ ମନି ଲଣ୍ଡରିଂ ଭଳି ମାମଲାର ଅଭିଯୁକ୍ତ ତଥା ମଦ ସମ୍ରାଟ୍‍ ବିଜୟ ମାଲ୍ୟା ଦେଶ ଛାଡିବା ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଭେଟିଥିବା କହିଛନ୍ତି। ତେବେ ମାଲ୍ୟାଙ୍କ ଏହି ବିସ୍ଫୋରକ ବୟାନ ତତ୍‍କାଳୀନ ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‍ଲୀଙ୍କୁ ବିବାଦ ମଧ୍ୟକୁ ଟାଣିଆଣିଛି।
ଆଜି ଲଣ୍ଡର ଏକ କୋର୍ଟ ବାହାରେ ସାମ୍ବାଦିକଙ୍କୁ ସୂଚନା ଦେଇ ମାଲ୍ୟା କହିଛନ୍ତି ଯେ, ତାଙ୍କର ଜେନେଭାରେ ଏକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଯୋଗୁ ସେ ଦେଶ ବାହାରକୁ ଯାଇଥିଲେ। ଦେଶ ଛାଡିବା ପୂର୍ବରୁ ସେ ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ ସହ ବକେୟା ବ୍ୟାଙ୍କ ଋଣର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଏହା ସତ୍ୟ ବୋଲି ମାଲ୍ୟା କହିଛନ୍ତି। ୨୦୧୬ ମାର୍ଚ୍ଚରେ ମାଲ୍ୟା ଭାରତ ଛାଡିବା ସମୟରେ ଅରୁଣ ଜେଟଲୀ ଅର୍ଥ ମନ୍ତ୍ରୀ ଦାୟିତ୍ୱରେ ରହିଥିଲେ। ବର୍ତ୍ତମାନ ମଧ୍ୟ ଜେଟ୍‍ଲୀ ଏହି ପଦଭାରରେ ରହିଛନ୍ତି। ତାଙ୍କୁ ରାଜନୀତିର ଏକ ଫୁଟ୍‍ବଲ୍‍ ଭାବେ ବ୍ୟବହାର କରାଯାଇଥିବା ନେଇ ମାଲ୍ୟା ପୂର୍ବଭଳି ଆଜି ପୁଣି ଥରେ ଦୋହରାଇଛନ୍ତି। ଏଭଳି ସ୍ଥିତିରେ ସେ କିଛି କରିପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଅଭିମୁଖ୍ୟ ସ୍ପଷ୍ଟ। ତାଙ୍କର ସମସ୍ତ ସମ୍ପତ୍ତିକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଉ ବୋଲି ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‍ଙ୍କ କୋର୍ଟଠାରେ ପ୍ରତ୍ୟର୍ପଣ ମାମଲାର ବିଚାର ଅବସରରେ ମଧ୍ୟାହ୍ନଭୋଜନ ସମୟରେ ମାଲ୍ୟା ସାମ୍ବାଦିକମାନଙ୍କୁ ଏହା କହିଛନ୍ତି। ଗତବର୍ଷ ଏପ୍ରିଲରେ ଗିରଫ ହେବା ପରଠାରୁ ମାଲ୍ୟା ଜାମିନ୍‍ରେ ଆସିଛନ୍ତି। ତେବେ ଏସବୁ ଉପରେ କୋର୍ଟ ଯାହା ନିଷ୍ପତ୍ତି ନେବେ ବୋଲି ମାଲ୍ୟା କହିଛନ୍ତି। ସମସ୍ତ ବକେୟା ଋଣ ପରିଶୋଧ ଲାଗି ପ୍ରଥମରୁ ମାଲ୍ୟା କର୍ଣ୍ଣାଟକ ହାଇକୋର୍ଟଙ୍କ ସମ୍ମୁଖରେ ବ୍ୟାପକ ସମାଧାନ ଅଫର ରଖିଥିବା ମାଲ୍ୟା କହିଛନ୍ତି। ଚଳିତବର୍ଷ ଜୁନ୍‍ ୨୨ରେ ମାଲ୍ୟା ଏବଂ ତାଙ୍କର ୟୁନାଇଟେଡ୍‍ ବ୍ରିୱେରିଜ୍‍ ଗ୍ରୁପ (ୟୁବିଏଚ୍‍ଏଲ୍‍) ପକ୍ଷରୁ ଉପଲବ୍‍ଧ ହାରାହାରି ୧୩,୯୦୦ କୋଟି ଟଙ୍କାର ସମ୍ପତ୍ତିକୁ ନେଇ ଏକ ସମାଧାନ ପନ୍ଥା ବାହାର କରିବାକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories