www.samajalive.in
Sunday, December 14, 2025
26.1 C
Bhubaneswar

ମାଁ ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସାନଟେମରୀ ଦଳ ଚମ୍ପିଆନ

କଲମପୁର : କୋଟାଗାଁ ଖେଳ ପଡିଆ ଠାରେ ମାଁ ମାଉଲି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ୯ ଦିନ ଧରି ଚାଲିଥିବା ନକ୍ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେଇଯାଇଛି । ଫାଇନାଲ ଖେଳରେ ବିଜୟ ଲାଭ କରି ସାନଟେମରୀ ଦଳ ଚମ୍ପିଆନ ହେଇଛି । ଏହି ଟୁର୍ଣ୍ଣ ମେଣ୍ଟରେ ଗ୍ରାମାଂଚଳର ୧୬ ଗୋଟି କ୍ରିକେଟ ଦଳ ଯୋଗ ଦେଇ ସେମାନଙ୍କ ଖେଳ ପ୍ରଦର୍ଶନ କରିଥିଲେ। ବଙ୍କାପଲା ଓ ଚକୁଳି କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମି ଫାଇନାଲ ଖେଳରେ ବଙ୍କାପଲା ଦଳ ବିଜୟ ଲାଭ କରି ଫାଇନାଲରେ ପ୍ରବେଶ କରିଥିଲା। ସେହିଭଳି ସାନଟେମରୀ ଓ ଟେମରା ଦଳ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ଖେଳରେ ସାନଟେମରୀ ଦଳ ବିଜୟ ଲାଭ କରି ଫାଇନାଲକୁ ପ୍ରବେଶ କରିଥିଲା। ସାନଟେମରୀ ଓ ବଙ୍କାପଲା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେଇଥିଲା। ସାନଟେମରୀ ଦଳ ଟସ ଜିତି କ୍ଷେତ୍ର ରକ୍ଷଣର ନିଷ୍ପତି ନେଇଥିଲା । ବଙ୍କାପଲା ଦଳ ନିର୍ଦ୍ଧାରିତ ୧୦ ଓଭର ଖେଳ ମଧ୍ୟରେ ମାତ୍ର ୬୧ ରନ୍ ସଂଗ୍ରହ କରିବାରେ ସମର୍ଥ ହେଇଥିଲା । ଏହାର ଜବାବରେ ସାନଟେମରୀ ଦଳ ୭ ଓଭରରେ ୩ ୱିକେଟ ବିନିମୟରେ ୬୨ ରନ୍ ସଗ୍ରହ କରି ବିଜୟ ହେବା ସହ ଚମ୍ପିଆନ ଘୋଷିତ ହେଇଥିଲା। କର୍ଣ୍ଣ କର ଏବଂ ଦୁର୍ବଦଳ ବେହେରା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ କାହ୍ନୁ ଚରଣ ତାଣ୍ଡି ସ୍କୋରମ ଭାବେ ନିୟୋଜିତ ଥିଲେ। ମଣ୍ଟୁ ପାଲ ଓ ପ୍ରମୋଦ ସତନାମୀ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ।
ମାଁ ମାଉଲି କ୍ରିକେଟ କ୍ଲବର ସଭାପତି ଅହିଂସା ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ଗୌତମ ବିହାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରକାଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମଣ୍ଡଳ ପଂଚାୟତର ସରପଂଚ ପ୍ରଦୀପ ଭୋଇ, ସୀତାକାନ୍ତ ପଣ୍ଡା, କୁନ୍ତଭଟ୍ଟ ମାଝୀ, ରଙ୍ଗେଲାଲ ଦୀପ, ସାମ୍ବାଦିକ ଚକ୍ରଧର ନାକେ, ଗଣେଷ ରାମ ବାଗ, ମାଧବ ସୁନାନୀ ପ୍ରମୁଖ ଯୋଗ ଦେଇଥିଲେ। କ୍ଲବ ସଦସ୍ୟ ଆନନ୍ଦ ପାଲ, ଦେବେନ୍ଦ୍ର ଗହିର, ସଞ୍ଜୟ ଛତ୍ରିଆ, ମହେନ୍ଦ୍ର କର ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories