www.samajalive.in
Sunday, December 7, 2025
15.1 C
Bhubaneswar

ଡାକକୋଟା ଠାରେ ପାଳିତ ହେଲା ଆଦିବାସୀ ପରମ୍ପରାର ଅନନ୍ୟ ପର୍ବ ‘ଗଣ୍ଠି ବନ୍ଧା’

କଲମପୁର : ଆଦିବାସୀ ପରମ୍ପରାର ଏକ ଅନନ୍ୟ ପର୍ବ ‘ଟୋକିମରା’। ଏହି ପର୍ବ ପାଳନ ନେଇ ଗଣ୍ଠି ପଡି ସାରିଛି । ଏବେ ଏହି ପର୍ବ ପାଳନ ନେଇ  ଅବଗଣନା ଆରମ୍ଭ ହେଇଯାଇଛି । ପ୍ରତ୍ୟେକ ଆଦିବାସୀ ପରିବାର ଏହି ପର୍ବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଚଳିତ ବର୍ଷ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଡାକକୋଟା ଠାରେ ଏହି ପର୍ବ ପାଳନ ପାଇଁ ସ୍ଥାନ ଧାର୍ଯ୍ୟ କରାଯାଇଛି । ପୋଢମରା, ଗୁଡିଚଗା ପର୍ବ ଶେଷ ହେବା ପରେ ରବିବାର ‘ଗଣ୍ଠିବନ୍ଧା’ ପର୍ବ ପାଳିତ ହେଇଯାଇଛି । ଆସନ୍ତା ଜାନୁଆରୀ ୯ ତାରିଖ ‘ଟୋକିମରା’ ପର୍ବ ଡାକକୋଟା ଗ୍ରାମ ଠାରେ ପାଳନ ହେବ। ଏହି ୯ ତାରିଖ ମଧ୍ୟରେ ୪ ଗୋଟି ରବିବାର ପଡୁଛି। ତେଣୁ ଆଜି ୪ ଗୋଟି ଗଣ୍ଠି ପକାଯାଇଛି । ବାବେ ନାମକ ଏକ ଦୌଡିରେ ଗଣ୍ଠି ପକାଯାଇଥାଏ । ପ୍ରତ୍ୟେକ ରବିବାର ଦିନ ଗୋଟିଏ ଗୋଟିଏ ଗଣ୍ଠି ଖୋଲାଯାଇ ପର୍ବର ସମୟ ଗଣନା କରାଯାଇଥାଏ। ତେଣୁ ଏହି ପର୍ବକୁ ଗଣ୍ଠି ବନ୍ଧ। ପର୍ବ ବୋଲି କୁହାଯାଇଥାଏ। ରବିବାର ଡାକକୋଟା ଠାରେ ଗୁରୁମେ, ଦିଶାରୀ ଓ ଗାଁ ଦେବୀଙ୍କ ଜାନୀଙ୍କ ସମେତ ଗ୍ରାମର ସମସ୍ତ ରଇତ ପରଜାଙ୍କ ଉପସ୍ଥିତିରେ ବିଭିନ୍ନ ପୂଜା ଉପଚାର ପରେ ଗଣଅଠି ପକା କାର୍ଯ୍ୟ ଅନୁଷ୍ଠିତ ହେଇଥିଲା। ଶୁଣ୍ଢିଯୋବା, ଗୋପାଳପୁର, ବେନ୍ଦାଝୋଲା, ଲାଞ୍ଜିଗଡ, ଘୁଟିଗୁଡା, ଚିର୍କେଲଗୁଡା, ଜାଗେଶପଦର, ନିକେଶଜୋର, ଉପରଝାପି, ପୋଖରା, ପୋଇଗୁଡା, ବଡବଣ୍ଡେଲ, ଦେରଗୁଡା, ତୁକଗୁଡା, ଜାମଗୁଡା, ଥୁଆମୁଳ ରାମପୁର, ସିନ୍ଧିପଦର,ପାଲଜୋର, ନୁଆପଡା, ତୁନାପାରି, ପୋଖରିଗୁଡା, ଲୋହୋରାଜୋର, ଟିକରାଗୁଡା, ସର୍ଗିଗୁଡା, ପିଣ୍ଡାପଦର ପ୍ରମୁଖ ୧୬ ଗୋଟି ଗ୍ରାମର ଜାନୀଙ୍କ ସମେତ ଢୋଲ ନିଶାନ, ତାସା ଓ ସଲପ ଆଦି ପାରମ୍ପାରିକ ଆଦିବାସୀ ବାଜା ସହ ସେମାନଙ୍କ ଫୋଦ ଡାକକୋଟା ଧରଣୀ ଗୁଡି ଠାରେ ପହଂଚିଥିଲେ । ଏହି ଫୋଦ ଗ୍ରାମ ଗୁଡି ନିକଟରେ ପହଂଚିବା ପୂର୍ବରୁ ଗ୍ରାମର ମହିଳା ମାନେ ଅତିଥି ଦେବୋ ଭବଃର ପରମ୍ପରା ଅନୁସାରେ ଅତିଥି ମାନଙ୍କ ଗୋଡ ଧୋଇ ଦେବା ବନ୍ଦାପନା କରି ଧରଣୀ ଗୁଡି ନିକଟକୁ ପାଛୋଟି ନେଇଥିଲେ। ସେହି ଗୁଡି ନିକଟରେ ପୂର୍ବରୁ ଗ୍ରାମର ବରିଷ୍ଠ ବ୍ୟକ୍ତି ଜାନୀ, ଦିଶାରୀ ଓ ଗୁରୁମେ ଉପସ୍ଥିତ ରହି ଅତିଥି ମାନଙ୍କୁ ଆପ୍ୟାୟିତ କରିଥାନ୍ତି । ଏହି ସମୟରେ ଅତିଥି ମାନେ ନିଜ ସାଧ୍ୟ ମୁତାବକ ଆଣିଥିବା ସାମଗ୍ରୀ ଉପହାର ସ୍ୱରୁପ ପ୍ରଦାନ କରିଥାନ୍ତି।
ଏହି ଗଣ୍ଠି ପକା ପର୍ବ ଅବସରରେ ଆୟୋଜିତ ଏକ ସଭାରେ ଆଦିବାସୀ ମହିଳା ନେତ୍ରୀ ତଥା ପୂର୍ବତନ ଥୁଆମୁଳ ରାମପୁରର ସମିତି ଅଧ୍ୟକ୍ଷା ଦ୍ରୌପଦୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଦିକନ୍ଧ ସମାଜର ସଭାପତି ମହେନ୍ଦ୍ର ମାଝୀ, ସୁନାଧର ମାଝୀ ଓ ବାଜ୍ରା ଭୋଇ ପ୍ରମୁଖ ମଂଚାସୀନ ହେଇଥିଲେ। ସନାତନ ମାଝୀ, ରାମ ମାଝୀ, ବୀର ବଜ୍ରଙ୍ଗ ଚାରୁ ମଜୁମଦାର ନାଏକ, ଧନେଶ୍ୱର ଖର୍ସେଲ, ଦିବାକର ନାଏକ ଓ ଧନସିଂ ମାଝୀ ପ୍ରମୁଖ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ। ଏହାସହ ଆଗାମୀ ଦିନରେ ହେବାକୁ ଥିବା ‘ଟୋକିମରା’ ପର୍ବ ପାଳନ ପାଇଁ ସହଯୋଗ ଭିକ୍ଷା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories