କୁଚିଣ୍ଡା : କୁଚିଣ୍ଡା ଥାନା ଘୋଡାବାନ୍ଧୁଣୀ ଗ୍ରାମରେ ଜନୈକ ୪୧ବର୍ଷିୟ ଯୁବକ ଜନୈକ ୨୩ବର୍ଷର ଯୁବତୀକୁ ପ୍ରେମ କରିବା ସହ ଉତକ୍ଷିପ୍ତ ହୋଇ ମୋବାଇଲ ଭାଙ୍ଗି ଦେବା ସହ ମାଡ ମାରିଥିବା ଗୁରୁତର ଅଭିଯୋଗ ହୋଇଛି । ଏହି ଘଟଣାରେ ତିନି ସନ୍ତାନର ପିତାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାଇ କୁଚିଣ୍ଡା ଥାନା ଘୋଡାବାନ୍ଧୁଣି ଗ୍ରାମର ତିନି ସନ୍ତାନର ପିତା ବିଶୋକ ନାଏକ(୪୧) ଜନୈକା ୨୩ବର୍ଷିୟା ଝିଅକୁ ଭଲ ପାଉଥିଲେ। ଅନ୍ୟପକ୍ଷରେ ଝିଅଟି ତା କଥା ନଶୁଣିବା ଏବଂ ଅନ୍ୟତ୍ର କଥା ଲାଗୁଥିବା ଜାଣି ସେ ଉତକ୍ଷିପ୍ତ ହୋଇପଡିଥିଲା। ଏପରିକି ରାଗରେ ଯୁବତୀକୁ ମାଡ ମାରିବା ସହ ତା ମୋବାଇଲ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏସଂକ୍ରାନ୍ତରେ ସଂପୃକ୍ତ ଯୁବତୀ ପକ୍ଷରୁ କୁଚିଣ୍ଡା ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜ୍ଜୁ ପରେ ରବିବାର ପୁଲିସ ଗିରଫ କରିଥିବା ଜଣାଯାଇଛି । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।



