www.samajalive.in
Sunday, December 7, 2025
26.1 C
Bhubaneswar

ହଙ୍ଗର ପ୍ରକଳ୍ପ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ପାଟଣା :  ହଙ୍ଗର ପ୍ରକଳ୍ପ ପକ୍ଷରୁ ରବିବାର ପାଟଣା ବ୍ଲକ ଅନ୍ତର୍ଗତ ଜଡିଚାତର ଓ ଡିଆନାଳୀ ଗ୍ରାମରେ ପଞ୍ଚାୟତ ନିର୍ବାଚନରେ ମହିଳା ମାନଙ୍କ ସହଭାଗୀତା ପାଇଁ ସଚେତନତା ପାଲା ଅନୁଷ୍ଠିତ ହୋଇ ଯାଇଛି । ‘ଘର ଚଳାଉଛି ଯେଉଁ ମହିଳା- ପଞ୍ଚାୟତ ଶାସନେ ନହେବ ହେଳା’ ଶୀର୍ଷକ ସଚେତନତା ପାଲା ଗାୟକ ନିରଞ୍ଜନ ମହାକୁଡ଼ ଓ ତାଙ୍କ ସାଥୀଙ୍କ ଦ୍ୱାରା ଉଭୟ ଗ୍ରାମରେ ପରିବେଷଣ କରାଯାଇଥିଲା । ପାଲା ମାଧ୍ୟମରେ ରାଜନୀତିରେ ଅଂଶ ଗ୍ରହଣ କରିବା ମହିଳା ମାନଙ୍କ ଅଧିକାର ଠାରୁ ଆରମ୍ଭ କରି ବୁଥ ପ୍ରତିନିଧିରୁ ନିର୍ବାଚିତ ପ୍ରତିନିଧି ହେବାପାଇଁ ମହିଳା ମାନଙ୍କର ସହଭାଗୀତା କିପରି ରହିବ ସେ ବିଷୟରେ ବାର୍ତ୍ତା ଦିଆଯାଇଥିଲା। ହଙ୍ଗର ପ୍ରକଳ୍ପର ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତଙ୍କ ପ୍ରତାକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଯୋଗ ଦେଇଥିଲେ। ଜଡିଚାତର ଗ୍ରାମର ଅଙ୍ଗନବାଡି କର୍ମୀ ଯାତ୍ରୀ ନାଏକ ଓ ତପସ୍ୱିନୀ ନାଏକ, ଆଶା କର୍ମୀ ମଙ୍ଗୁଳି ନାଏକଙ୍କ ସହ ଜଡିଚାତର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ସେହିପରି ଡିଆନାଳୀ ଗ୍ରାମରେ ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଏରେଣ୍ଡେଇ ପଞ୍ଚାୟତର ନାଏବ ସରପଞ୍ଚ ରଶ୍ମିରେଖା ମହାନ୍ତ, ଗ୍ରାମ ରୋଜଗାର ସେବକ ତ୍ରିନାଥ ମହାନ୍ତ, ଜମ୍ବୁ ନାଏକଙ୍କ ସହ ସ୍ଥାନୀୟ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories