ଏନ୍ ଏ ସି ର ବିକାଶ ଆମରି ଲକ୍ଷ୍ୟ ; ନିର୍ମାଣକାରି ସଂସ୍ଥାକୁ ନେଇ ଅତାବିରାରେ ସମୀକ୍ଷା ବୈଠକ
ରେଙ୍ଗାଲିକେମ୍ପ : ଅତାବିରା ଏନ୍ ଏ ସି କାର୍ଯ୍ୟାଳୟ ର ସଭାଗୃହ ଠାରେ ବିଧାୟିକାଙ୍କ ନିର୍ଦ୍ଦେଶ କ୍ରମେ ତଥା ଦୀପାଞ୍ଜଳୀ୍ ଭୋରାଶାଗରଙ୍କ ସଭାପତିତ୍ବରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନ୍ ଏ ସି ର ପାରିପାର୍ଶ୍ବିକ ବିକାଶ ସାଧନ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।। ଆଶୋକା ୱିଲକନ୍ ର ଅଧୁରା କାମ ଏନ୍ ଏ ସି ପାଇଁ ଅନେକ ଗୁଡ଼ିଏ ସମସ୍ୟା ସୃଷ୍ଟି କରୁଥିବା ରୁ ଏହି ବୈଠକରେ ତାକୁ ଅନେକ ପ୍ରଶ୍ନ କରାଯାଇ ତାର ସମାଧାନ ତୁରନ୍ତ କରିବା ପାଇଁ କୁହାଯାଇଥିଲା । ଏହି ସଂସ୍ଥା ରାସ୍ତାକାମ,ଡ୍ରେନ କାମ,ରାସ୍ତା ଆଲୋକିକରଣ,ସର୍ଭିସ୍ ରାସ୍ତା ର ସମ୍ପୂର୍ଣ୍ଣ କରଣ,ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ, ରାସ୍ତା ଉପରେ ପନିପରିବା ବିକାଲିଙ୍କ ପାଇଁ ସ୍ଥାୟୀ ବଜାର ସ୍ଥାନ ନିର୍ଦ୍ଧାରଣ ଆଦି ଉପରେ ଯଥାଶୀଘ୍ର କାମ କରି ତାକୁ ସମ୍ପୂର୍ଣ କରିବା ପାଇଁ ତାଗିଦ୍ କରାଯାଇଥିଲା ।
କାରଣ ଏହି ସଂସ୍ଥା ର ଅଧା ପନ୍ତରିଆ କାମ ଯୋଗୁ ଡ୍ରେନ ରେ ପାଣି ଜମି ଦୁର୍ଗନ୍ଧ ହେଉଛି,କେଉଁଠି ଡ୍ରେନ ରେ ସ୍ଲାବ ପଡ଼ିନାହିଁ, ଫଳରେ ଗାଈ ଗୋରୁ ଆଦି ନାଲାରେ ପଡିଯାଉଛନ୍ତି, ରାସ୍ତାର ସବୁଆଡେ ଅଲୋକିକରଣ ବ୍ୟବସ୍ଥା ହୋଇନାହିଁ,ଅତାବିରା ଭଳି ଏନ୍ ଏ ସି ରେ ଯାତ୍ରୀ ପ୍ରତିକ୍ଷାଳୟ ନାହିଁ ଫଳରେ ଲୋକେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଡ୍ରେନ ଗୁଡିକରେ ଜଳ ନିଷ୍କାସନ ଠିକ ଭାବରେ ହୋଇ ପାରୁନଥିବାରୁ ଦୁର୍ଗନ୍ଧ ସହ ମଶା ମାଛିର ପ୍ରାଦୁର୍ଭାବ ବଢ଼ଉଛି,ଏନ୍ ଏ ସି ର ସବୁ ଆଡ଼େ ହୋଡ଼ିଂ ଗୁଡ଼ିକ ରହି ଏନ୍ ଏ ସି ର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ହୋଡିଂ ପାଇଁ ଏନ୍ ଏ ସି ରେ ସ୍ଥାନ ନିର୍ଦ୍ଧାରଣ କରିବାକୁ ମଧ୍ୟ ଏହି ସଂସ୍ଥାକୁ ପରାମର୍ଶ ଦିଆଯାଇଥିଲା। ଏହା ବ୍ୟତୀତ ଏନ୍ ଏ ସି ର ସୋନ୍ଦର୍ଯ୍ୟ କରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାପାଇଁ ମଧ୍ୟ ଅଧ୍ୟକ୍ଷ। ଆଶୋକା ୱିଲକନ୍ କୁ କହିଥିଲେ। ,ଚ।ରିଥାକିଆ ରାସ୍ତା ନିର୍ମାଣ ସମୟରେ ଜମି ମାଲିକ ମାନଙ୍କୁ ଟଙ୍କା ଦେଇ ନଥିବାରୁ ସର୍ଭିସ ରାସ୍ତା ସମ୍ପୂର୍ଣ ହୋଇପାରିନାହିଁ ,ଯାହା ଦ୍ୱାରା ଏନ୍ ଏ ସି ର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇପାରୁ ନାହିଁ,ଦୁର୍ଘଟଣା ମାନ ଘଟୁଛି,ତେଣୁ ଆଜିର ବୈଠକରେ ଏହି ନିର୍ମାଣ କାରୀ ସଂସ୍ଥା ର ଉପସ୍ଥିତିରେ ଏହି ସବୁ ସମସ୍ୟା ର ପର୍ଯ୍ୟାଲୋଚନା ହୋଇଥିଲା ।ଏହି ବୈଠକରେ ତହସିଲଦାର ସୌଭାଗ୍ୟ ବେହେରା,କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟକୃଷ୍ଣ ପାତ୍ର, ପୁଲିସ ଇନ୍ସପେକ୍ଟର ବାଲୁଙ୍କେଶ୍ୱର ନାଏକ, ଆଶୋକା ୱିଳ୍କନ୍ ର ଲୋକସମ୍ପର୍କ ଅଧିକାରୀ ସୁବାସ ବାରିକ୍,ଯୁବ ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା,ଏନ୍ ଏ ସି ସଭାପତି ଟଙ୍କ ଦାଶ,ଏନ୍ ଏ ସି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Comments are closed.