ଆଉ ୪ ମାସ ମାଗଣା ଚାଉଳ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମାଗଣାରେ ଆଉ ୪ ମାସ ମିଳିବ ଚାଉଳ । ଡିସେମ୍ବର ମାସରୁ ମାର୍ଚ୍ଚ ୨୦୨୨ ଯାଏ ପ୍ରତିମାସ ମୁଣ୍ଡ ପିଛା ଅତିରିକ୍ତ ୫ କେଜି ମାଗଣା ଚାଉଳ ହିତାଧିକାରୀଙ୍କୁ ଦିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ମାସିକ ୪,୫୮୭ ଟନ ଚାଉଳ ଯୋଗାଇ ଦିଆଯିବ । ୪ ମାସରେ ରାଜ୍ୟ କୋଟାରୁ ମୋଟ ୧୮,୩୧୦,୬୪୦ ଟନ ଚାଉଳ ଯୋଗାଣ ପାଇଁ ରାଜ୍ୟ ରାଜ୍ୟ ସରକାର ୬୮.୧୩ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ ।
ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀ କୋଭିଡ -୧୯ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡିସେମ୍ବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ପର୍ୟ୍ୟନ୍ତ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ।
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୯, ୧୫, ୫୩୨ ସଦସ୍ୟଙ୍କୁ ନେଇ ୨, ୮୮, ୫୨୮ ପରିବାର ଉପକୃତ ହେବେ।
ଏହା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ , ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ ।
Comments are closed.