ନୂଆଦିଲ୍ଲୀ : ଭାରତରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ବୃଦ୍ଧି ପାଉଥିବା ନଜରକୁ ଆସିଛି । ଦିଲ୍ଲୀରେ ଆଉ ଏକ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି। ଦେଶରେ ସଂକ୍ରମିତଙ୍କ ଓମିକ୍ରନ୍ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି ।
ଓମିକ୍ରନର ଦ୍ୱିତୀୟ ମାମଲା ଦିଲ୍ଲୀରେ ସାମ୍ନାକୁ ଆସିଛି। ଜିମ୍ବାୱେରୁ ଦିଲ୍ଲୀ ଆସିଥିବା ଜଣେ ବ୍ୟକ୍ତି ଓମିକ୍ରନ ସଂକ୍ରମିତ ହୋଇଥିବା ଜଣାପଡିଛି। ଜିନୋମ ସିକ୍ୱେନସିଂ କ୍ରମରେ ଓମିକ୍ରନ୍ ନିଶ୍ଚିତ ହୋଇଛି । ସଂକ୍ରମିତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀରେ ଓମିକ୍ରନ୍ ଦ୍ୱିତୀୟ ମାମଲା ମିଳିବା ପରେ ଏହି ସଂଖ୍ୟା ଭାରତରେ ୩୩ରେ ପହଞ୍ଚିଛି।
ସେହିପରି ମୁମ୍ବାଇରେ ଓମିକ୍ରନ୍ ସଂଖ୍ୟା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସତର୍କତା ଅବଲମ୍ବନ ସହ ଦୁଇ ଦିନ (୧୧ ଓ ୧୨) ତାରିଖ ପାଇଁ ସରକାର ଧାରା ୧୪୪ ଲାଗୁ କରିଛନ୍ତି।
ଦିଲ୍ଲୀରେ ଓମିକ୍ରନର ଆଉ ଏକ ମାମଲା ; ଜିମ୍ବାୱେରୁ ଆସିଥିବା ବ୍ୟକ୍ତି ଓମିକ୍ରନ ସଂକ୍ରମିତ
Popular Categories



