www.samajalive.in
Sunday, December 14, 2025
19.1 C
Bhubaneswar

ଅଚଳାବସ୍ଥା ଅବ୍ୟାହତ : ‘ଗିଲୋଟିନ୍’ରେ ୩୯ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ପାରିତ

ଭୁବନେଶ୍ୱର :  ଶୀତ ଅଧିବେଶନର ଅଷ୍ଟମ ଦିନରେ ସର୍ବାଧିକ ୩୬ ମିନିଟ୍ ବିଧାନସଭା ଚାଲିପାରିଛି। ପୂର୍ବାହ୍ନରେ ପ୍ରାୟ ୧୫ମିନିଟ୍ ଦିବଂଗତ ସିଡ଼ିଏସ ବିପିନ ରାୱତ ଓ ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ଶୋକ ପାଇଁ ଗୃହ ସୁରୁଖୁରୁରେ ଚାଲିଥିବାବେଳେ ଅପରାହ୍ଣରେ ଘଣ୍ଟ, ଘଣ୍ଟି ଓ ହଟ୍ଟଗୋଳ ଭିତରେ ୨୧ ମିନିଟ୍ ଚାଲିଥିଲା। ମମିତା ମେହେର ହତ୍ୟାକାଣ୍ଡ ମାମଲାକୁ ନେଇ ବିଜେପି ଓ କଂଗ୍ରେସ ସଭ୍ୟମାନେ ଆଜି ମଧ୍ୟ ସରକାରଙ୍କୁ ଘେରିଥିଲେ। ହଟ୍ଟଗୋଳ ଭିତରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗୃହରେ ବିଭାଗୀୟ ଅତିରିକ୍ତ ଖର୍ଚ୍ଚଦାବି ଉପସ୍ଥାପନ କରିଥିଲେ। ଏତିକିବେଳେ ତାଙ୍କ ନିକଟକୁ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ ଓ ରାଜନ ଏକ୍କା ଯାଇ ଘଣ୍ଟ ବାଡ଼େଇ କରି ପ୍ରତିବାଦ ଜଣାଇଥିଲେ। ବିରୋଧୀ ସଭ୍ୟମାନେ ଘଣ୍ଟମାଡ଼ କରୁଥିବାବେଳେ ସରକାରୀ ଦଳର ସଭ୍ୟମାନେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସୁରକ୍ଷା ଦେଇଥିଲେ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ନାଉରୀ ନାୟକ, ମୁକେଶ ମହାଲିଙ୍ଗ ଓ ଅନ୍ୟମାନେ ହାତରେ ପୋଷ୍ଟର, ବ୍ୟାନର ଧରି ନାରାବାଜି କରିବା ସହିତ ବାଚସ୍ପତିଙ୍କ ପୋଡିୟମ ବାଡେଇ ପ୍ରତିବାଦ ଜଣାଇଥିଲେ। ବିରୋଧୀଙ୍କ ଏହି ହଟ୍ଟଗୋଳ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ପାଇଁ ଆଗତ ୨୦୨୧-୨୨ ବର୍ଷର ଅତିରିକ୍ତ ଖର୍ଚ୍ଚ ଦାବି ବାବଦକୁ ୩୬୨୩.୬୩ କୋଟି ଟଙ୍କା ପାରିତ ହୋଇଛି। ଅବଶିଷ୍ଟ ୩୯ଟି ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବିକୁ ବାଚସ୍ପତି ‘ଗିଲୋଟିନ୍’ ଜରିଆରେ ପାରିତ କରିଥିଲେ। ଚଳିତ ଆର୍ଥିକ ବର୍ଷ ଲାଗି ୧୯ହଜାର ୮୩୩କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚଦାବି ଗୃହରେ ପାରିତ ହୋଇଛି। ଏତିକିବେଳେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନଙ୍କ ଘଣ୍ଟଘଣ୍ଟି ମାଡ଼ ଏତେ ଭୀଷଣ ଥିଲା ଯେ ଗୃହ ପ୍ରକମ୍ପିତ ହୋଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories