www.samajalive.in
Friday, December 12, 2025
26.1 C
Bhubaneswar

ବିଦ୍ୟାଧରପୁର ଗ୍ରାମରେ ମାଆ ଚର୍ଚ୍ଚିକାଙ୍କ ମନ୍ଦିର ପ୍ରତିଷ୍ଠା

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଇଷ୍ଟଦେବୀ ମା ଚର୍ଚ୍ଚିକାଙ୍କ ମନ୍ଦିର ପ୍ରତିଷ୍ଠା ବୁଧବାର ଶେଷ ହୋଇଛି । ଏହି ଅବସରରେ ମନ୍ଦିରରେ ଠାକୁରାଣୀ ନୂତନ ସିଂହାସନ ବିଜେ କରିଥିବା ବେଳେ ପାର୍ଶ୍ୱଦେବତାଙ୍କୁ ପ୍ରତିଷ୍ଠା କରାଯାଇ ସ୍ଥାପନ କରାଯାଇଛି । ୫ ଦିନ ଧରି ଯଜ୍ଞ କର୍ମ ଚାଲିଥିଲା। ରବିବାର ଅଙ୍କୁରାରୋପଣ ଧ୍ୟାନାଧିବାସ ମଣ୍ଡଳ କରଣ ସୋମବାର କଳସ ଯାତ୍ରା ଘଟମଣ୍ଡଳ ପୂଜା ଅଗ୍ନି ସ୍ଥାପନ ମଙ୍ଗଳବାର ନୂତନ ବିଗ୍ରହ ସ୍ନାନ ଶୟନ ସପ୍ତସତୀ ମନ୍ତ୍ରରେ ଆହୁତି କରାଯାଇ ବୁଧବାର ମାଆଙ୍କର ମନ୍ଦିର ପ୍ରବେଶ ସହିତ ପୂର୍ଣ୍ଣାହୁତି କରାଯାଇଥିଲା । ପଣ୍ଡିତ ମ୍ରୁତ୍ୟୁଞ୍ଜୟ ଦାଶ ଓ ଅନ୍ୟାନ୍ୟ ୯ଜଣ ପଣ୍ଡିତ ଯଜ୍ଞକର୍ମ ସମ୍ପାଦନ କରିଥିଲେ। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସାଂସଦ ପିନାକୀ ମିଶ୍ର ବ୍ଲକ ଅଧ୍ୟକ୍ଷ ସସ୍ମିତା ପ୍ରଧାନ ଉପାଧ୍ୟକ୍ଷ ବିକ୍ରମକେଶରୀ ଜେନା ଜିଲା ପରିଷଦ ସଭଞ ଧ୍ରୁବ ଚରଣ ଦାଶ ୩୩ ନଂ ଜୋନର ସମସ୍ତ ସରପଂଚ ସମିତି ସଭ୍ୟ ଏଥିରେ ଯୋଗଦେଇ ଥିଲେ। ଯଜ୍ଞରେ ଦୁଶାସନ ପ୍ରଧାନ ଓ ରଶ୍ମିତା ପ୍ରଧାନ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିଲେ । ପ୍ରତ୍ୟହ  ସୂର୍ଯ୍ୟ ପୂଜା ଗୋ ପୂଜା ଓ ସ୍ତବ୍ଧ ଓ ସ୍ତୋତ୍ରପାଠ ସହିତ ସଂକିର୍ତ୍ତନ କରାଯାଇ ଥିଲା । ସମସ୍ତଙ୍କ ଦାଣ୍ତ ଦୁଆରେ ପୂର୍ଣ୍ଣ କୁମ୍ଭ ଦୀପ ଜଳୁଥିବା ବେଲେ ୫ ଦିନ ଧରି ଗ୍ରାମବାସୀ ହବିଷ୍ୟାନ୍ନରେ ରହିଥିଲେ । ଗ୍ରାମବାସୀଙ୍କ ମିଳିତ ସହଯୋଗରେ ସମସ୍ତ କାମ ସମ୍ପାଦନ ହୋଇଥିଲା ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories