www.samajalive.in
Friday, December 12, 2025
26.1 C
Bhubaneswar

ନିଖୋଜ ଯୁବକଙ୍କ ମୃତ ଦେହ ପୋଖରୀରୁ ଉଦ୍ଧାର

ଗୋପାଳପୁର, (ନିପ୍ର) -କେଲୁଆପଲ୍ଲୀ ଗ୍ରାମର ଜନୈକ ଯୁବକ ଗ୍ରାମ ନିକଟସ୍ଥ ରେଡ୍ଡୀ ତୁଳୁ ଗ୍ରାମର ଏକ ପୋଖରୀ ରେ ସ୍ନାନ କରୁଥିବା ସମୟରେ ନିଖୋଜ ରହିଥିବା ବେଳେ ବୁଧବାରରେ ଅଗ୍ନଶମ ବାହାନୀ ପକ୍ଷରୁ ଯୁବକର ଶବକୁ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ କେଲୁଆପଲ୍ଲୀ ଗ୍ରାମର ନାରାୟଣ ନାୟକ(୩୯) ବୋଲି ଜଣାପଡିଛି।

କେଲୁଆପଲୀ ଗ୍ରାମର ନାରାୟଣ ନାୟକ ମଙ୍ଗଳବାର ସକାଳେ ରେଡିତୁଳୁ ଗ୍ରାମର ଏକ ବନ୍ଧକୁ ସ୍ନାନ କରିବାକୁ ଯାଇଥିଲେ । ସ୍ନାନ ସମୟରେ ବନ୍ଧର ମଧ୍ୟଭାଗକୁ ଚାଲିଯାଇ କାଦରେ ଲାଗିଯାଇ ବୁଡ଼ିଯିବା ସହ ନିଖୋଜ ରହିଥିଲେ । ସ୍ଥାନୀୟ ଲୋକ ଏହା ଦେଖିବା ପରେ କନିଷି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଘଣ୍ଟା ଧରି ଖୋଜିଥିଲେ ମଧ୍ୟ ନାରାୟଣର କୈାଣସି ପତ୍ତା ପାଇ ପାରିନଥିଲେ ।

- Advertisement -

ପୁଣି ବୁଧବାର ସକାଳେ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକ ଖୋଜିବା ପରେ ଅପରାହ୍ନରେ ନାରାୟଣଙ୍କ ମୃତଦେହ ପୋଖରୀ ପରିସରରୁ ଠାବ କରିଥିଲେ । ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ୩୫/୨୧ ରେ ଏକ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇ ଘଟଣା ତଦନ୍ତ କରୁଥିବା ଜଣାପଡ଼ିଛି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories