www.samajalive.in
Saturday, December 6, 2025
14.1 C
Bhubaneswar

ଜାଣି ରଖନ୍ତୁ ଏହି ବାସ୍ତୁ ଉପାୟ

ବାସ୍ତୁ ଅନୁଯାୟୀ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ତୁଳସୀ ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ମାନସିକ , ଶାରୀରିକ ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ।
ଚାଲିବା ଅବସ୍ଥାରେ ଆଦୌ ସୁନା କିମ୍ବା ଅନ୍ୟ କୌଣସି ଅଳଙ୍କାର ପିନ୍ଧନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ସହ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।
ପୂର୍ବ କିମ୍ବା ଉତ୍ତର ଦିଗରେ ଗହଣା ପିନ୍ଧନ୍ତୁ। ଏହା ଶୁଭଫଳ ପ୍ରଦାନ କରିବା ସହ ଏହାଦ୍ୱାରା ମାନ ଯଶ ବୃଦ୍ଧି ହୋଇଥାଏ।
ଘରର ପଶ୍ଚିମ ଓ ଦକ୍ଷିଣ ଦିଗରେ ଅଇନା ରଖନ୍ତୁ ନାହିଁ। ଏହାଦ୍ୱାରା ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ।
ଘରକୁ ସର୍ବଦା ସଫାସୁତୁରା ରଖିବା ସହ ଜିନିଷ ଠିକ ସ୍ଥାନରେ ରଖନ୍ତୁ। ଏଣେତେଣେ ପକାନ୍ତୁ ନାହିଁ। ଏହାଦ୍ୱାରା ସମସ୍ତ କାର୍ୟ୍ୟରେ ପ୍ରଗତି ସହ ସଫଳତା ମିଳିଥାଏ।
ଯେଉଁ ଔଷଧ ବ୍ୟବହାର ଉପଯୋଗୀ ନୁହେଁ , ତାହାକୁ ରାତି ସମୟରେ ପକାଇ ଦିଅନ୍ତୁ। ଏହାଦ୍ୱାରା ଶାରୀରିକ କଷ୍ଟରୁ ମୁକ୍ତି ମିଳିଥାଏ।
ଅନାବଶ୍ୟକ ଲୁଗାପଟା , ଭଙ୍ଗା ଜିନିଷ ଘରେ ରଖନ୍ତୁ ନାହିଁ।
ନିଜ ଶୟନ କକ୍ଷରେ ଜଳର କୌଣସି ଜିନିଷ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଯାଦ୍ୱାରା ଅନିଦ୍ରା ସମସ୍ୟା ସୃଷ୍ଟି ହୋଇଥାଏ।
କିଛି ଲୋକେ ନିଜ ଶୟନ କକ୍ଷରେ ବୈଦୁତିକ ସାମଗ୍ରୀ ରଖିଥାଆନ୍ତି ଯେପରି ଟିଭି, କମ୍ପ୍ୟୁଟର।
ଏହା ଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ପ୍ରକାର ସାମଗ୍ରୀକୁ ଶୟନ କକ୍ଷରେ ରଖନ୍ତୁ ନାହିଁ।
ଶୟନ କକ୍ଷରେ ନିଜ ଖଟକୁ ସଠିକ ଦିଗରେ ରଖନ୍ତୁ।
ଘରେ କଣ୍ଟାଯୁକ୍ତ ଗଛ ଲଗାନ୍ତୁ ନାହିଁ
ଘରର କୌଣସି ପ୍ରକାରର କଣ୍ଟାଯୁକ୍ତ ବୃକ୍ଷ ଲଗାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରର ସୁଖଶାନ୍ତି ନଷ୍ଟ ହୋଇଥାଏ।
ଦାମୀ ଜିନିଷ ନିକଟରେ ଝାଡ଼ୁ ରଖନ୍ତୁ ନାହିଁ
ଯେଉଁ କକ୍ଷ (ରୁମ୍‍ )ରେ ଦାମୀ ଜିନିଷ ରହିଛି, ସେଠାରେ ଝାଡ଼ୁ ଆଦୌ ରଖନ୍ତୁ ନାହିଁ। ଝାଡ଼ୁ ସର୍ବଦା ଘରର ଏକ କୋଣରେ ରଖନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories