www.samajalive.in
Saturday, December 6, 2025
15.1 C
Bhubaneswar

୫ଜି ସେବା ଭାରତର ଜାତୀୟ ପ୍ରାଥମିକତା ହେବା ଦରକାର: ମୁକେଶ ଅମ୍ବାନି

ଭୁବନେଶ୍ୱର: ଯେତେ ଶୀଘ୍ର ସମ୍ଭବ ଭାରତକୁ ୨ଜିରୁ ୪ଜି ଓ ୫ଜିକୁ ରୂପାନ୍ତରିତ ହେବାକୁ ପଡ଼ିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି। ସେ କହିଛନ୍ତି, ସାମାଜିକ-ଅର୍ଥନୈତିକ ଦୃଷ୍ଟିକୋଣରୁ ତଳ ସ୍ତରରେ ବାସ କରୁଥିବା ନିୟୁତାଧିକ ଭାରତୀୟଙ୍କୁ ୨ଜି ମଧ୍ୟରେ ସୀମିତ ରଖିବାର ଅର୍ଥ ସେମାନଙ୍କୁ ଡିଜିଟାଲ୍ ବିପ୍ଳବରୁ ବଂଚିତ କରିବା ସହ ସମାନ। ୫ଜି ସେବା ଆରମ୍ଭ କରିବା ଭାରତର ଜାତୀୟ ପ୍ରାଥମିକତା ହେବା ଉଚିତ ବୋଲି ସେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୧ରେ ଯୋଗଦେବା ଅବସରରେ କହିଛନ୍ତି।

ସେ କହିଛନ୍ତି, ଜିଓ ଏକ ସମ୍ପୂର୍ଣ୍ଣ ଶତ ପ୍ରତିଶତ ସ୍ୱଦେଶୀ ଓ ବ୍ୟାପକ ୫ଜି ସମାଧାନ ବିକଶିତ କରିଛି ଯାହା ସମ୍ପୂର୍ଣ୍ଣ ରୂପେ କ୍ଲାଉଡ୍ ଉପରେ ପର୍ଯ୍ୟବେସିତ ଓ ଡିଜିଟାଲ୍ ମାଧ୍ୟମରେ ପରିଚାଳିତ ହେଉଛି। ଏହା ଏକ ସମନ୍ୱିତ ଓ ଭବିଷ୍ୟତ ପାଇଁ ଉପଯୋଗୀ ଢାଂଚା ହୋଇଥିବାରୁ ଜିଓର ନେଟ୍‌ୱର୍କ ଶୀଘ୍ର ଓ ନିରବଚ୍ଛିନ୍ନ ଭାବେ ୪ଜିରୁ ୫ଜିକୁ ରୂପାନ୍ତରିତ ହୋଇପାରିବ ବୋଲି ସେ କହିଛନ୍ତି।

- Advertisement -

ଆଗାମୀ ଦିନରେ ସେବାର ସୁଲଭତା ଉପରେ ବିଚାର କରିବାକୁ ହେବ ବୋଲି ସେ କହିଛନ୍ତି। ପ୍ରକୃତରେ ଭାରତକୁ କେବଳ ସେବାର ସୁଲଭତା ନୁହେଁ ବରଂ ଡିଭାଇସ୍ ଓ ପ୍ରୟୋଗର ସୁଲଭତାକୁ ନିଶ୍ଚିତ କରିବାକୁ ପଡ଼ିବ ବୋଲି ମୁକେଶ କହିଛନ୍ତି। ସୁଲଭ ମୂଲ୍ୟରେ ଲୋକମାନଙ୍କ ପାଖରେ ଡିଭାଇସ୍ ପହଂଚାଇବା ଲାଗି ୟୁନିଭର୍ସାଲ୍ ସର୍ଭିସ୍ ଅବ୍ଲିଗେସନ ଫଣ୍ଡର ପାଣ୍ଠି ବ୍ୟବହାର କରିବା ସପକ୍ଷରେ ସେ ମତ ପ୍ରକାଶ କରିଛନ୍ତି। ସମାଜରେ ପଛୁଆ ବର୍ଗର ଲୋକମାନଙ୍କୁ ଡିଜିଟାଲ୍ ଅଭିବୃଦ୍ଧି ଧାରାରେ ସାମିଲ କରିବା ପାଇଁ ଏମାନଙ୍କୁ ସୁଲଭ ମୂଲ୍ୟରେ ସେବା ଓ ଡିଭାଇସ୍ ଉପଲବ୍ଧ କରାଇବା ଜରୁରୀ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories