www.samajalive.in
Saturday, December 6, 2025
16.1 C
Bhubaneswar

ଲ୍ୟାମ୍ପସରେ ତାଲା ; ଚିନ୍ତାରେ ଚାଷୀ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ଥିବା ଲ୍ୟାମ୍ପସରେ ଆଜିକୁ ପ୍ରାୟ ୨୪ଦିନ ହେଲା ତାଲା ଝୁଲିଥିବା ଦେଖିବାକୁ ମିଳିଛି। ଓଡ଼ିଶା ସମବାୟ ସମିତି ସଂଘର ନିର୍ଦ୍ଦେଶ କ୍ରମେ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ ସଂଘର ୫ଦଫା ଦାବି ନେଇ ଗତ ନଭେମ୍ବର ୧୩ ତାରିଖରୁ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ରାମନାଗୁଡା ଲ୍ୟାମ୍ପସ ଉପରେ ନିର୍ଭର କରୁଥିବା ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଉପରେ ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି। ତେବେ ସମସ୍ତ ପ୍ରକାର ଋଣ ନେଣଦେଣ ବନ୍ଦ ହେବା ଫଳରେ ଚାଷୀ ଋଣ ପାଇବାରୁ ବଞ୍ଚିତ ହେବା ସହ ଋଣ ପରିଶୋଧ କରିପାରୁନାହାନ୍ତି। ମାସ ମାସ ଧରି ଆନ୍ଦୋଳନ ଜାରି ରହିବା ଫଳରେ ଋଣ ଟଙ୍କାର ସୁଧ ବଢ଼ିବା ଆଶଙ୍କା ଦେଖାଦେଇଛି। ତେବେ ଆଗକୁ ଖରିଫ ରତୁ, ଧାନକିଣା ପ୍ରକିୟା ଆରମ୍ଭ ହେବାକୁ ରହିଥିବା ବେଳେ ଧାନମଣ୍ଡି ଭାର ରାଜ୍ୟ ସରକାର ଲ୍ୟାମ୍ପସ ଉପରେ ନ୍ୟସ୍ତ କରିଥିବା ବେଳେ ତେବେ ସରକାର ଧାନକିଣା ପ୍ରକିୟା କିପରି ଚାଲିବ ତାକୁ ଦ୍ବନ୍ଦ ଦେଖାଦେଇଛି। ରାମନାଗୁଡାରେ ଆସନ୍ତା ୧୫ତାରିଖରେ ଧାନମଣ୍ଡି ଉଦଘାଟନ ହେବାକୁ ଥିବା ବେଳେ କିପରି ଧାନକିଣା ହେବ ତାକୁ ନେଇ ଚାଷୀଙ୍କ ମନରେ ଦ୍ବନ୍ଦ ସୃଷ୍ଟି ହୋଇଛି। ଯଥାଶୀଘ୍ର ସରକାର ୫ଦଫା ଦାବି ପୂରଣ କରାନଗଲେ ଆଗକୁ ଅନିଦ୍ଧିଷ୍ଟ କାଳ ଆନ୍ଦୋଳନ ଜାରି ରହିବ ବୋଲି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ,ଲାଡି ସନ୍ତୋଷ କୁମାର,ସୁରେଶ ନିମାଲା ପ୍ରମୁଖ କହିଛନ୍ତି।।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories