www.samajalive.in
Sunday, December 7, 2025
14.1 C
Bhubaneswar

ବିସିସିଆଇଠାରୁ ସ୍ପଷ୍ଟୀକରଣ ମାଗିଲେ ୮ ରାଜ୍ୟ ସଂଘ

ନୂଆଦିଲ୍ଲୀ,୧୧ା୯: ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ବିସିସିଆଇ ତା’ର ନୂଆ ସମ୍ବିଧାନ ପ୍ରସ୍ତୁତ କରିବା ସହ ଏହାକୁ ପଞ୍ଜିକୃତ କରିସାରିଛି। ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟ କ୍ରିକେଟ୍‍ ସଂଘମାନେ ନିଜ ନିଜର ସମ୍ବିଧାନ ପ୍ରସ୍ତୁତ କରି ରିପୋର୍ଟ ଦେବାକୁ ବିସିସିଆଇ ତରଫରୁ ନିର୍ଦେଶ ଦିଆଯାଇଥିଲା। ଏହି ରିପୋର୍ଟ ପ୍ରଦାନ ପାଇଁ ହାତଗଣତି କିଛିଦିନ ରହିଥିବା ବେଳେ କର୍ଣ୍ଣାଟକ ଓ ଗୋଆ ସହ ୮ଟି ରାଜ୍ୟ ସଂଘ ନୂଆ ନିୟମ ଅନୁଯାୟୀ କିପରି ସମ୍ବିଧାନ ପ୍ରସ୍ତୁତ କରିବେ ସେ ସଂପର୍କରେ ସ୍ପଷ୍ଟୀକରଣ ମାଗିଛନ୍ତି। ବିସିସିଆଇ ତରଫରୁ ବିଭିନ୍ନ ରାଜ୍ୟ ସଂଘଗୁଡ଼ିକୁ ଦିଆଯାଇଥିବା ନିୟମାନୁଯାୟୀ ନୂଆ ସମ୍ବିଧାନ ପ୍ରସ୍ତୁତ କରି ସେମାନେ ଏ ସଂକ୍ରାନ୍ତ ରିପୋର୍ଟ କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ) ନିକଟରେ ଦାଖଲ କରିବେ। ସେହି ରିପୋର୍ଟକୁ ସିଓଏ ତରଫରୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ। ଲୋଧା କମିଟି ସୁପାରିସ ଅନୁଯାୟୀ କ୍ରିକେଟ୍‍ ପ୍ରଶାସକଙ୍କ କାର୍ଯ୍ୟକାଳ, ୨ଟି କାର୍ଯ୍ୟକାଳ ମଧ୍ୟରେ ଅନ୍ତର ଆଦି ବିଷୟକୁ ନେଇ ରାଜ୍ୟ କ୍ରିକେଟ୍‍ ସଂଘ ଗୁଡ଼ିକରେ କେତେକ ଦ୍ୱନ୍ଦ୍ୱ ରହିଛି। ଏହ ସଂପର୍କରେ ବିସିସିଆଇ ତରଫରୁ ରାଜ୍ୟ ସଂଘଗୁଡ଼ିକୁ ଯଥାଯଥ ଉପଦେଶ ପ୍ରଦାନ କରାଯାଉଥିବା ଜଣାପଡ଼ିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories