www.samajalive.in
Sunday, December 14, 2025
15.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଆଜି ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଶିଖର ବୈଠକରେ ଯୋଗଦେବେ

ଡେଲଟା ପ୍ରକରଣ ଭଳି ମାରାତ୍ମକ ହୋଇନପାରେ ଓମିକ୍ରନ- ଆନ୍ଥୋନି ଫସି

- Advertisement -

ଭାରତର ସମ୍ବିଧାନର ପ୍ରଣେତା ଭାରତ ରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ତାଙ୍କ ଆତ୍ମା ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ତେଲେଙ୍ଗାନାରେ ୪୩ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ; ହିମାଚଳ ପ୍ରଦେଶରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଦୁଇପାନ ଟିକାକରଣ

ଦେଶରେ ଖସୁଛି ସଂକ୍ରମଣ: ଦିନକରେ ୮୩୦୬ ନୂଆ ଆକ୍ରାନ୍ତ; ୨୧୧ ମୃତ

କରୋନା ଜନିତ ମୃତ୍ୟୁସଂଖ୍ୟା ୪,୭୩,୫୩୭କୁ ବୃଦ୍ଧି

ଦିନକ ମଧ୍ୟରେ କରୋନାରୁ ୮୮୩୪ ଜଣ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ମୋଟ ୩,୪୦,୬୯,୬୦୮ ଜଣ ସୁସ୍ଥ ହେଲେଣି

ଆରୋଗ୍ୟ ହାର ୯୮.୩୫% ରହିଥିବାବେଳେ ଦୈନିକ ସଂକ୍ରମଣ ୦.୯୪% ଏବଂ ସାପ୍ତାହିକ ସଂକ୍ରମଣ ୦.୭୮%

ଦେଶରେ ଏପର୍ଯ୍ୟନ୍ତ ୧୨୭.୯୩ କୋଟି ପାନ ଟିକା ଦିଆଯାଇସାରିଛି

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୫.୮ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୫.୨୫ ନିୟୁତକୁ ବୃଦ୍ଧି

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ଭାରତ ୩୭୨ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ସହିତ ସିରିଜ ୧-୦ରେ ବିଜୟୀ

ଡେଲଟା ଭଳି ମାରାତ୍ମକ ହୋଇନପାରେ ଓମିକ୍ରନ- ଡା.ଆନ୍ଥୋନି ଫସି

ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ- ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ବିରୋଧୀ ଦଳଙ୍କ ହଟଗୋଳ ଯୋଗୁଁ ବିଧାନସଭା ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ

ରାଜ୍ୟରେ ୧୦୫ ନୂଆ ଆକ୍ରାନ୍ତ; ଜଣେ ମୃତ

ମୃତକ ପୁରୀ ଜିଲାର; ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୬୨ ଓ ସ୍ଥାନୀୟ ସଂକ୍ରମିତ ୪୩ ଜଣ

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୯ ଜଣ ଅଛନ୍ତି

ଅନୁଗୁଳ ଜିଲାରେ ୩, ବାଲେଶ୍ୱର ୧, ବରଗଡ ୨, ଭଦ୍ରକ ୧, କଟକ ୪, ଗଞ୍ଜାମ ୪, ଯାଜପୁର ୫ ଓ କନ୍ଧମାଳରେ ଜଣେ ଚିହ୍ନଟ

କେନ୍ଦ୍ରାପଡା ୪, କେନ୍ଦୁଝର ୫, ଖୋର୍ଦ୍ଧା ୪୮, ମୟୁରଭଞ୍ଜ ୧୦, ନୟାଗଡ ୨, ସମ୍ବଲପୁର ୨, ସୁନ୍ଦରଗଡ ୧ ଓ ଷ୍ଟେଟପୁଲରୁ ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି

ରାଜ୍ୟରେ ସଂପ୍ରତି ୨୨୦୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories