www.samajalive.in
Monday, December 8, 2025
27.1 C
Bhubaneswar

ବାବ୍ରି ଭଙ୍ଗାର ଆଜି ବର୍ଷପୂର୍ତ୍ତି: ମଥୁରାରେ କଡା ସୁରକ୍ଷା ବ୍ୟବସ୍ଥା

ମଥୁରା: ବାବ୍ରି ମସଜିଦ ଭଙ୍ଗାର ଆଜି ବର୍ଷ ପୂର୍ତ୍ତି । ଏହାକୁ ଦୃଷ୍ଟିରେ ରଖି ମଥୁରାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ସମୁଦାୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବହୁସଂଖ୍ୟାରେ ସୁରକ୍ଷା ବାହିନୀ ଯବାନଙ୍କୁ ମୁତୟନ କରାଯାଇଛି । ସୂଚନାଯୋଗ୍ୟ ଯେ ଶାହି ଇଦଗାହ ମସଜିଦ ମଧ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରକୃତ ଜନ୍ମସ୍ଥଳ ବୋଲି ଅଖିଳ ଭାରତ ହିନ୍ଦୁ ମହାସଭା ଦାବି କରିବା ସହିତ ସେଠାରେ ଶ୍ରୀକୃଷ୍ଣଙ୍କର ପ୍ରତିମା ସ୍ଥାପନ କରିବାକୁ ଅନୁମତି ମାଗିବା ପରେ ଉକ୍ତ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ସମୁଦାୟ ଅଞ୍ଚଳକୁ ତିନିଟି ଜୋନରେ ବିଭକ୍ତ କରାଯାଇ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ମନ୍ଦିର ଓ ମସଜିଦ ଅଞ୍ଚଳକୁ ଲାଲ ଜୋନ ଭାବରେ ଚିହ୍ନଟ କରାଯାଇ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ଏବଂ ସର୍ବାଧିକ ସଂଖ୍ୟାରେ ସୁରକ୍ଷା ବାହିନୀ ଯବାନଙ୍କୁ ଉକ୍ତ ଅଞ୍ଚଳରେ ମୁତୟନ କରାଯାଇଛି । ଅନୁରୂପ ଭାବରେ ମଥୁରା ପ୍ରବେଶ ପଥରେ ମଧ୍ୟ ପର୍ଯ୍ୟାପ୍ତ ସଂଖ୍ୟାରେ ସୁରକ୍ଷା ବାହିନୀ ମୁତୟନ କରାଯାଇଥିବା ପୁଲିସ ଅଧୀକ୍ଷକ ଗୌରବ ଗ୍ରୋଭର କହିଛନ୍ତି । ଏହି ଅବସରରେ ବିଜେପି ନେତା ବିନୟ କଟିୟାର କହିଛନ୍ତି ଯେ ଅଯୋଧ୍ୟାରେ ବାବ୍ରି ମସଜିଦ ଭଙ୍ଗାଯିବା ଘଟଣାକୁ ନେଇ ତାଙ୍କର କୌଣସି ଅନୁଶୋଚନା ନାହିଁ ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଭୋଗିବେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories