www.samajalive.in
Monday, December 8, 2025
14.1 C
Bhubaneswar

ଅନ୍‌ଲାଇନ୍‌ରେ ଅନ୍ୟ କାହାର ଆକାଉଣ୍ଟରେ ଭୁଲ୍‌ରେ ଟଙ୍କା ଜମା କରିଦେଲେ କ’ଣ କରିବେ ଜାଣନ୍ତୁ

ନୂଆଦିଲ୍ଲୀ – ଏବେ ଦେଶରେ ଅନ୍‌ଲାଇନ୍‌ ଟଙ୍କା କାରବାର ବୃଦ୍ଧି ପାଇବାରେ ଲାଗିଛି । ଏଟିଏମ୍‌ରେ ଟଙ୍କା ଉଠାଣଠାରୁ ଅନ୍‌ଲାଇନ୍‌ କାରବାରରେ ଟଙ୍କା ନେଣଦେଣ ଅଧିକ ହେଉଛି । ଚା’ ଦୋକାନ ଠାରୁ ସପିଂ ମଲ୍‌ ସୁନା ଦୋକାନ ସବୁଠାରେ ଏବେ ଅନ୍‌ଲାଇନ୍‌ରେ ଟଙ୍କା କାରବାର ବୃଦ୍ଧି ପାଇଛି । ବେଳେ ବେଳେ ଅନ୍‌ଲାଇନ୍‌ରେ ଟଙ୍କା ଦେବା ବେଳକୁ ଭୁଲ୍‌ରେ ଅନ୍ୟ କାହାର ଆକାଉଣ୍ଟକୁ ଟଙ୍କା ଚାଲିଯାଇ ପାରେ । ଏହି ସମୟରେ ଲୋକମାନେ ବ୍ୟସ୍ତ ହୋଇଯାଆନ୍ତି । ଏହି ସ୍ଥିତିରେ ଆପଣ କିଛି ଜରୁରୀ କାର୍ଯ୍ୟ କରିବାକୁ ପଡିବ ।

କୌଣସି ଭୁଲ୍‌ ଆକାଉଣ୍ଟକୁ ଟଙ୍କା ଚାଲିଗଲେ ଆପଣ ଏହି ସୁରକ୍ଷିତ ଉପାୟ ଆପଣେଇ ପାରିବେ । ବେଳେ ବେଳେ ତରବର ହୋଇ କିମ୍ବା ଡିଜିଟାଲି ଯାଞ୍ଚ ନକରି କେହି କେହି ଭୁଲ୍‌ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଥାଆନ୍ତି । ଏହି ସମୟରେ ଆପଣଙ୍କର ଚିନ୍ତା ବୃଦ୍ଧି ପାଏ ଆପଣ କିପରି ଟଙ୍କା ଫେରି ପାଇବେ ।

- Advertisement -

ସେହି ସମୟରେ ଏହି ନିମ୍ନ ପ୍ରଦତ ଜିନିଷ ଉପରେ ଧ୍ୟାନ ରଖନ୍ତୁ ।

ଯଦି ଆପଣ ଭୁଲ୍‌ ଆକାଉଣ୍ଟରେ ଟଙ୍କା ଜମା କରି ଦେଇଛନ୍ତି ତେବେ ପ୍ରଥମେ ଏହି ଟ୍ରାନଜାକସନ୍‌ର ସ୍କ୍ରିନ୍‌ ସଟ୍‌ ନିଅନ୍ତୁ । ଏହାପରେ ବ୍ୟାଙ୍କରେ ଯାଇ ଲିଖିତ ଭାବରେ ଅଭିଯୋଗ କରନ୍ତୁ । ଏହି ଅଭିଯୋଗ ଦାଖଲ ସମୟରେ ଆପଣ ବ୍ୟାଙ୍କରେ ସ୍କ୍ରିନ୍‌ ସଟ୍‌ ସହ ପ୍ରମାଣ ଦେବା ପାଇଁ ପଡିବ । ସ୍କ୍ରିନ୍‌ ସଟ୍‌ରେ ତାରିଖ ସମୟ, ଆକାଉଣ୍ଟ ନମ୍ବର କାରବାର ସଂଖ୍ୟାର ସମସ୍ତ ତଥ୍ୟ ମିଳିଯିବ ।

ଏହା ସହ ଯାହାଙ୍କର ଖାତାକୁ ଭୁଲ୍‌ରେ ଟଙ୍କା ଚାଲିଯାଇଛି ତାଙ୍କର ସମ୍ପୂର୍ଣ୍ଣ ତଥ୍ୟ ମାଗିପାରିବେ । ଖାତାଧାରକଙ୍କ ତଥ୍ୟ ଯଦି ମିଳିପାରିବ ତେବେ ଆପଣ ଫୋନ୍‌ କରି ସେହି ବ୍ୟକ୍ତିଙ୍କୁ ଟଙ୍କା ଫେରାଇବା ପାଇଁ ଅନୁରୋଧ କରିପାରେବ । ସେ ଏଥିରେ ରାଜି ହେଲେ ୭ ଦିନ ମଧ୍ୟରେ ଆପଣଙ୍କ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବର ସମ୍ଭାବନା ରହିଛି ।

ମାତ୍ର ବେଳେ ବେଳେ ଯାହା ଆକାଉଣ୍ଟକୁ ଟଙ୍କା ଚାଲିଯାଇଥାଏ ସେମାନେ ଟଙ୍କା ଫେରାଇବା ପାଇଁ ରାଜି ହୁଅନ୍ତି ନାହିଁ । ଏହି ସମୟରେ ଆପଣ ସମସ୍ତ ପ୍ରମାଣ ଆପଣଙ୍କ ସହ ରଖନ୍ତୁ । ଆପଣ ଏହାପରେ ଆଇନ ଆଶ୍ରୟ ନେଇପାରିବେ ।

ବେଳେ ବେଳେ ଇନ୍‌ଭାଲିଡ୍‌ ଆକାଉଣ୍ଟ ନମ୍ବର କିମ୍ବା ଭୁଲ୍‌ ଆଇଏଫ୍‌ଏସ୍‌ସି ନମ୍ବର ଦେଲେ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ । ଏହି ସ୍ଥିତିରେ ୭ ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ । କୌଣସି ଆଶଙ୍କା ଥିଲେ ଆପଣ ବ୍ୟାଙ୍କ ସହ ଏ ବିଷୟରେ କଥା ହୋଇପାରିବେ । ଅଭିଯୋଗ ବି ଦେଇ ପାରିବେ ।

ଯଦି ଆପଣଙ୍କ ଆକାଉଣ୍ଟକୁ ଭୁଲ୍‌ରେ ଟଙ୍କା ଆସିଯାଇଛି ତେବେ ବ୍ୟାଙ୍କକୁ ପ୍ରଥମେ ଏ ବିଷୟରେ ସୂଚନା ଦିଅନ୍ତୁ । ଯଦି ସେହି ଖାତା ଧାରକଙ୍କ ଫୋନ୍‌ ଆସୁଛି ତେବେ ଟଙ୍କା ଫେରସ୍ତ କରିବା ସମୟରେ ଏହାର ସମସ୍ତ ପ୍ରମାଣ ନିଜ ସହ ରଖନ୍ତୁ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories