www.samajalive.in
Sunday, December 14, 2025
14.1 C
Bhubaneswar

୨ ଟ୍ରେଲର ମଧ୍ୟରେ ଧକ୍କା ; ୩ ମୃତ

ଆଗ୍ରା : ଆଗ୍ରା-ଦିଲ୍ଲୀ ରାଷ୍ଟ୍ରୀୟ ରାଜରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୋମବାର ଖବର ମିଳିଛି। କୋଟବନ ସୀମାରେଖା ନିକଟରେ ରାସ୍ତାରେ କଡରେ ଠିଆ ହୋଇଥିବା ଏକ ଟ୍ରଲର ସହ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ଟ୍ରଲର ଧକ୍କା ହୋଇ ଏଭଳି ଦୁର୍ଘଟଣା ଘଟିଛି। ମୃତକ ମଧ୍ୟରେ ଜଣେ ଚାଳକ ସମେତ ଅନ୍ୟ ୨ ଜଣ ରହିଛନ୍ତି। ଦୁର୍ଘଟଣା ପରେ ରାଜରାସ୍ତାରେ ବହୁ ସମୟ ଧରି ରାସ୍ତା ଜାମ୍‍ ସମସ୍ୟା ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କ୍ରେନ ଦ୍ୱାରା ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଯୋଗ୍ୟ, ରବିବାର ମଧ୍ୟ ରାତ୍ରରେ ଗୋଟିଏ ଟ୍ରେଲର ମଥୁରାରୁ ପଲବଲ ଯାଉଥିବା ସମୟରେ କୌଣସି ତ୍ରୁଟି କାରଣରୁ ରାସ୍ତା କଡରେ ରଖାଯାଇଥିଲା। ସେହି ସମୟରେ ମଥୁରାରୁ ଆସୁଥିବା ଆଉ ଗୋଟିଏ ଟ୍ରେଲର ଉକ୍ତ ଟ୍ରେଲରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା କାରଣରୁ ଅନେକ ସମୟ ରାସ୍ତା ଜାମ୍‍ ଥିବା ସହ ମୃତଦେହ ଜବତ ପରେ ଧିରେ ଧିରେ ଗମନାଗମନ ସ୍ୱଭାବିକ ହୋଇଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories