www.samajalive.in
Sunday, December 14, 2025
14.1 C
Bhubaneswar

ପୁରୀରେ ଲାଗି ରହିଛି ବର୍ଷା; ସମୁଦ୍ର ଅଶାନ୍ତ, ବଢିଛି ଜୁଆର ଉଚ୍ଚତା, ସବୁ ଶିକ୍ଷାନୁଷ୍ଠାନ ପରିସରରେ ଜମିଛି ପାଣି

ପୁରୀ: ଜୱାଦ ପ୍ରଭାବରେ ଗତକାଲି ଠାରୁ ପୁରୀରେ ବର୍ଷା ଲାଗିରହିଛି । ଏହି କାରଣରୁ ସହରର ବିଭିନ୍ନ ସ୍ଥାନରେ ପାଣି ଜମିରହିଛି । ବିଶେଷକରି ବର୍ଷା ଯୋଗୁଁ ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ପରିସରରେ ପାଣି ଜମିରହିଥିବା ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ଗତକାଲି ଅମାବାସ୍ୟା ଥିବାରୁ ସମୁଦ୍ରରେ ଅଧିକ ଉଚ୍ଚତାରେ ଜୁଆର ସୃଷ୍ଟି ହେଉଛି । ସମୁଦ୍ର ଅଶାନ୍ତ ରହିବା କାରଣରୁ ଲୋକଙ୍କର ସମୁଦ୍ରରେ ଗାଧୋଇବା ଉପରେ ନିଷେଧାଦେଶ ଜାରି କରାଯାଇଛି । ବେଳାଭୂମିରେ ପୁଲିସ ଜଗି ରହିଛି । ବେଳାଭୂମି ସହିତ ସାରା ସହରର ରାସ୍ତା ଖାଁ ଖାଁ ଲାଗୁଛି । ପୁରୀ ଓ ଚିଲିକା ସମୁଦ୍ର କୁଳରେ ରହୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ନିରାପଦ ସ୍ଥାନାକୁ ସ୍ଥାନାନ୍ତର କରାଯାଇଛି । ଏଥିସହିତ ସମସ୍ତ ଆସନ୍ନ ପ୍ରସବା ମହିଳାଙ୍କୁ ପ୍ରଶାସନ ପକ୍ଷରୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସହରର ଅଧିକାଂଶ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସେବାପୂଜା ଯଥାରୀତି ଜାରି ରହିଛି । ତେବେ ଶ୍ରୀମନ୍ଦିର ମଧ୍ୟକୁ ଭକ୍ତଙ୍କର ପ୍ରବେଶ ବନ୍ଦ କରିଦିଆଯାଇଛି । ବଡଦାଣ୍ଡରେ ଜମିରହିଥିବା ବର୍ଷାପାଣିକୁ ପୌରସଂସ୍ଥା ପକ୍ଷରୁ ନିଷ୍କାସନ କରାଯାଉଛି । ଏଥିସହିତ ସମସ୍ତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବାକୁ ପ୍ରଶାସନ ସଜାଗ ରହିଥିବା ଜଣାଯାଇଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories