www.samajalive.in
Sunday, December 14, 2025
26.1 C
Bhubaneswar

କୋଭିଡର ତୃତୀୟ ଲହର ଜାନୁଆରୀରେ ଶିଖର ଛୁଇଁବ; ବ୍ରିଟେନରେ ଚିହ୍ନଟ ହେଲେ ୧୬୦ ଓମିକ୍ରନ ଆକ୍ରାନ୍ତ

ନୂଆଦିଲ୍ଲୀ: କୋଭିଡର ଓମିକ୍ରନ ପ୍ରକରଣ ତାହାର କାୟା ଦ୍ରୁତଗତିରେ ବିସ୍ତାର କରିଚାଲିଥିବାବେଳେ ଭାରତରେ କୋଭିଡର ତୃତୀୟ ଲହର ୨୦୨୨ ଜାନୁଆରୀ ସୁଦ୍ଧା ଶିଖର ଛୁଇଁବ ବୋଲି ଆଇଆଇ କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ ଆକଳନ କରିଛନ୍ତି । ସେ କହିଛନ୍ତି ଯେ, ସଂପ୍ରତି ଦେଶର କେତେକ ରାଜ୍ୟରେ ସଂକ୍ରମଣ ସ୍ଥିତି ଯେଉଁଭଳି ରହିଛି ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯେଉଁଭଳି କମ୍‍ ବୟସର ପିଲାମାନେ ଏକ ସମୟରେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି, ସେଥିରୁ ୨୦୨୨ ଜାନୁଆରୀ ମାସରେ ଦେଶରେ ଏହି ମହାମାରୀର ତୃତୀୟ ଲହର ଶିଖର ଛୁଇଁବା ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପୁଡୁଚେରୀ ସରକାର ଟିକାଦାନକୁ ବାଧ୍ୟତାମୂଳକ କରିଛନ୍ତି । ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ଯେଉଁମାନେ ଏହି ନିୟମର ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରାଯିବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ଇତିମଧ୍ୟରେ ଦେଶର କର୍ଣ୍ଣାଟକ, ମହାରାଷ୍ଟ୍ର ଆଦି ରାଜ୍ୟରେ ଦକ୍ଷିଣ ଆଫ୍ରିକା ଫେରନ୍ତା ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି । କର୍ଣ୍ଣାଟକକୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୧୦ ଜଣ ବ୍ୟକ୍ତିଙ୍କର ସନ୍ଧାନ ମିଳୁନଥିବାବେଳେ ପ୍ରଶାସନ ସେମାନଙ୍କୁ ବେଙ୍ଗାଲୁରୁରେ ଠାବ କରିଛି । ସେମାନେ ନଭେମ୍ବର ୨୦ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଅନ୍ୟପକ୍ଷରେ ବ୍ରିଟେନରେ ୧୬୦ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବାପରେ ସେହି ଦେଶର ସରକାରଙ୍କର ଚିନ୍ତା ବଢିଯାଇଛି । ସେମାନଙ୍କର ସମସ୍ତଙ୍କର ବିଦେଶ ଗସ୍ତ ପୃଷ୍ଠଭୂମି ରହିଥିବା ଜଣାଯାଇଛି । ଇତିମଧ୍ୟରେ ଚିଲିରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କର।।ଇଛି । ଏହି ବ୍ୟକ୍ତିଜଣକ ଆଫ୍ରିକାରୁ ନଭେମ୍ବର ୨୫ରେ ଫେରିଥିଲେ । ଭାରତରେ ଚତୁର୍ଥ ଓମିକ୍ରନ ସଂକ୍ରମିତଙ୍କୁ ମହାରାଷ୍ଟ୍ରର ଡୋମିଭିଲିରୁ ଚିହ୍ନଟ କରାଯାଇଛି । ସେ ମଧ୍ୟ ଦକ୍ଷିଣ ଆଫ୍ରିକାର କେପଟାଉନରୁ ଦୁବାଇ ହୋଇ ଭାରତକୁ ନଭେମ୍ବର ୨୪ରେ ଫେରିଥିଲେ ।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories