www.samajalive.in
Saturday, December 13, 2025
14.1 C
Bhubaneswar

ବାତ୍ୟା ପରିସ୍ଥିତି, ଆଶଙ୍କାରେ ଚାଷୀ, ପନିପରିବା ଚାଷୀ ହତାସ

ବାଙ୍କୀ: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସଂଭାବ୍ୟ ବାତ୍ୟା ଜୱାଦ ବିପଦ ଟଳି ଯାଇଛି। ବାତ୍ୟା ପରିସ୍ଥିତି ସୁଧୁରିଥିଲେ ମଧ୍ୟ ଁ ଅଞ୍ଚଳର ଚାଷୀମାନେ ଆଶଙ୍କାରେ ରହିଛନ୍ତି। ଶୁକ୍ର ଓ ଶନିବାର ବାତ୍ୟା ପ୍ରଭାବରେ ବାଙ୍କୀ ଅଞ୍ଚଳର ପାଗ ଖରାପ, ମେଘୁଆ ଏବଂ କୋହଲ ସହିତ ଝିପିଝିପି ବର୍ଷାରେ ପରିବା ଚାଷୀ ଛାନିଆରେ ଅପରିପକ୍ୱ କୋବି, କଲରା, କାଙ୍କଡ, ଝୁଡଙ୍ଗ ଆଦି ପନିପରିବା ଅମଳକରି ସ୍ଥାନୀୟ ବଜାରରେ ଶସ୍ତାରେ ବିକୁଥିବା ଦେଖିବାକୁ ମିଳିଛି। ସେପଟେ ବାଙ୍କୀ ଉପଖଣ୍ଡ ବାଙ୍କୀ ବ୍ଲକ, ଡମପଡା ବ୍ଲକ ଏବଂ ଏନଏସି ଅଞ୍ଚଳର ବିଭିନ୍ନ ଗ୍ରାମରେ ୧୪୦୦ହେକ୍ଟର ଚାଷ ଜମିରେ ଧାନ ଚାଷ କରିଥିଲେ। ଅଧୁନା ପ୍ରାୟ ୮୦ଭାଗ କ୍ଷେତରେ ଧାନ କଟାଯାଇ ପାରିନଥିବାରୁ ବାତ୍ୟା ଓ ବର୍ଷାରେ କ୍ଷତି ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ଜଣାପଡିଛି। ବାଙ୍କୀ କୃଷି ଜିଲ୍ଲା ଅଧିକାରୀ ଶୈଳେନ୍ଦ୍ର ମହାନ୍ତିଙ୍କ ସୂଚନା କ୍ରମରେ ବାଙ୍କୀ ଅଞ୍ଚଳରେ ବର୍ଷା ବଢିଲେ ପ୍ରାୟ ୫୦୦୦ହେକ୍ଟର ଧାନ କ୍ଷେତ ଅଧିକ କ୍ଷତିଗ୍ରସ୍ତ ହେବାର ଆଶାଙ୍କା ରହିଛି। କ୍ଷେତରୁ ପାଣି କାଟିବା ପାଇଁ କୃଷି କର୍ମଚାରୀଙ୍କ ଦ୍ୱାରା ପ୍ରଚାର ମାଧ୍ୟମରେ ପରାମର୍ଶ ଦିଆଯାଇଛି।

- Advertisement -

ସେପଟେ ଉଭୟ ବ୍ଲକର ପନିପରିବା ଚାଷ ଅଞ୍ଚଳରେ ଚାଷୀ ମାନେ ବାତ୍ୟା ପ୍ରଭାବ ନିମନ୍ତେ ଆଶଙ୍କା ପ୍ରକାଶ କରିଛନ୍ତି। ବିଳମ୍ବରେ ଚାଷ କରିଥିବା ଚାଷୀ ମାନେ ଚାଷରେ କ୍ଷତି ସହିବା ଏବଂ ପରିବା ଚାଷ କରି ଅମଳ କରୁଥିବା ଚାଷୀ ମାନେ ଆର୍ଥିକ କ୍ଷତି ସହୁଥିବା ପ୍ରମୁଖ ଚାଷୀ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ବାଙ୍କୀ ବ୍ଲକରେ ୧୭୦୦ହେକ୍ଟର ଏବଂ ଡମପଡା ବ୍ଲକ ସହିତ ବାଙ୍କୀ ଏନଏସିରେ ବିଭିନ୍ନ ଗ୍ରାମରେ ୪୦୦୦ହେକ୍ଟରକୁ ମିଶାଇ ମୋଟ ୫୭୦୦ହେକ୍ଟର ଜମିରେ ପନିପରିବା ଚାଷ କରାଯାଇଛି। ଚଳିତ ବାତ୍ୟା ଭୟ ଟଳି ଯାଇଥିଲେ ମଧ୍ୟ ସଂଭାବ୍ୟ ବର୍ଷା ପରିସ୍ଥିତିରେ ପନିପରିବା ଚାଷୀ ଅଧିକ କ୍ଷତିଗ୍ରସ୍ତ ଆଶଙ୍କା ବଢିଛି । କୃଷି ବିଭାଗ ପକ୍ଷରୁ ତରନ୍ତ କ୍ଷୟକ୍ଷତି ଆକଳନ କରିବା ପାଇଁ ଅଞ୍ଚଳର ଚାଷୀ ଅନୁରୋଧ କରିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories