www.samajalive.in
Friday, December 12, 2025
15.1 C
Bhubaneswar

‘ସ୍ୱାଭିମାନ’ ସହଯୋଗିତାରେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପାଳନ କଲା ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ

ଭୁବନେଶ୍ୱର: ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ରାଜ୍ୟ ଭିନ୍ନକ୍ଷମ ସୂଚନା ଏବଂ ସଂସାଧନ କେନ୍ଦ୍ର-‘ସ୍ୱାଭିମାନ’ ସହଯୋଗିତାରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ସର୍ବଦା ସ୍ୱତନ୍ତ୍ର ଶିକ୍ଷାର ଆବଶ୍ୟକତାକୁ ପୂର୍ଣ୍ଣ ସମର୍ଥନ ଦେବା ସହ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରି ଆସିିଛି । ସମନ୍ୱିତ ଶିକ୍ଷା ମାଧ୍ୟମରେ କିଞ୍ଚିତ୍ ସହଯୋଗ ତଥା ଗୁରୁତ୍ୱ ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷିତ ହେବାର ଅଧିକାର ଦେଇ ଶିକ୍ଷା ବ୍ୟବସ୍ଥାରୁ ସାଧାରଣ ଛାତ୍ର ଏବଂ ଦିବ୍ୟାଙ୍ଗ ଛାତ୍ର ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରିବାକୁ ବିଦ୍ୟାଳୟର ଏକ ସ୍ୱତନ୍ତ୍ର ବିଭାଗ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି । ଦୀର୍ଘକାଳୀନ କ୍ରମବିକାଶ ନିମିତ୍ତ ପ୍ରତିଶ୍ରୁତିବଦ୍ଧ ୨୦୩୦ କାର୍ଯ୍ୟସୂଚୀ ଅନୁଯାୟୀ ଶାନ୍ତି ଓ ସୁରକ୍ଷା ପ୍ରତିଷ୍ଠା କ୍ଷେତ୍ରରେ ଭିନ୍ନକ୍ଷମ ସମନ୍ୱୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଏହି କ୍ରମରେ ମାନବାଧିକାରକୁ ସମୃଦ୍ଧ କରିବା ଦ୍ୱାରା କ୍ରମବିକାଶ ସମ୍ଭବ ହୋଇ ପାରିବ । ପାଖାପାଖି ଏକ ବିଲିୟନ ଦିବ୍ୟାଙ୍ଗ ଆମ ସମାଜରେ ବଞ୍ଚିତ ବର୍ଗର ଅନ୍ତର୍ଭୁକ୍ତ । ଏପରିକି ସ୍ୱାଭାବିକ ପରିସ୍ଥିତିରେ ମଧ୍ୟ ସେମାନେ ସ୍ୱାସ୍ଥ୍ୟ, ଶିକ୍ଷା ଓ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୁଅନ୍ତି । ଦିବ୍ୟାଙ୍ଗମାନେ କିଭଳି ସମାଜ ବହିର୍ଭୁକ୍ତ ତାହା ଏଥିରୁ ଅନୁମିତ ହେବା ସହ ଏଭଳି ପରିସ୍ଥିତି ଦୃଢ ପଦକ୍ଷେପ ନେବାକୁ ଆଶାନ୍ୱିତ ଆହ୍ୱାନ ଦିଏ । ଉପରୋକ୍ତ କାର୍ଯ୍ୟସୂଚୀର ସ୍ମରଣ ପୂର୍ବକ କିଟ୍ ଓ କିସ୍ ର ପ୍ରତିଷ୍ଠାତା ପ୍ରଫେସର ଡ.ଅଚ୍ୟୁତ ସାମନ୍ତଙ୍କ ପଦାଙ୍କ ଅନୁସରଣ କରି କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ସତତ ଏବଂ ସୁଲଭ ଦିବ୍ୟାଙ୍ଗ ସମନ୍ୱୟ କାର୍ଯ୍ୟକ୍ରମ ପ୍ରଚଳନ କରିଛି ବୋଲି ବିଦ୍ୟାଳୟର ଚେୟାରପର୍ସନ ଡ.ମୋନାଲିସା ବଳ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀମାନଙ୍କ କ୍ରିୟାକଳାପର ଅନୁଧ୍ୟାନ,ଅନୁକୂଳ ପାଠ୍ୟକ୍ରମ ପ୍ରସ୍ତୁତି,ଉପଯୁକ୍ତ ଉପକରଣ ତଥା ଭାବ ବିନିମୟ ପ୍ରଣାଳୀ ଦ୍ୱାରା ଏହାକୁ ଖୁବ୍ ଆକର୍ଷଣୀୟ କରାଯାଇ ପାରିଛି ବୋଲି ସେ କହିଥିଲେ । ଏଥିସହିତ ‘ସ୍ୱାଭିମାନ’ର ଉତ୍ସାହୀ ବାହିନୀକୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories