ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ମୋହନା: ଗଜପତି ଜିଲ୍ଲା ରା.ଉଦୟଗିରି ନିକଟସ୍ଥ ଛେଳିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ଏହି ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟରେ ଅଧୟନରତ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକଙ୍କୁ ନେଇ ଆୟୋଜିତ ହୋଇଥିଲା ଏହି ଆନ୍ତ୍ରଜାର୍ତିୟ ଭିନ୍ନକ୍ଷମ ଦିବସ। ଏଥିରେ ୩୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ। ସେମାନଙ୍କ ମଧ୍ୟରେ କ୍ରୀଡା, ଚିତ୍ରାଙ୍କନ ଓ ସଂଗୀତ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ଶିକ୍ଷା ଅଧିକାରୀ ବିଶ୍ୱନାଥ ଭୂୟାଁ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଲିଙ୍ଗରାଜ କାର୍ଜି, ସ୍ଥାନୀୟ ସିଆରସିସି ଗଙ୍ଗାଧର ପାଇକ, ବିଆରଟି ବିରଞ୍ଚି ନାରାୟଣ ଦାସ, ଆରପି ଅଭୟ କୁମାର ଦାସ ଓ ଅଭୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାମୋଦର ପାଇକ ଓ ଅନ୍ୟାନ୍ୟ ଶିକ୍ଷକମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.