www.samajalive.in
Sunday, December 14, 2025
16.1 C
Bhubaneswar

ଆଳୁ ଚାଷ ପାଇଁ ସରକାରୀ ରିଆତିରେ ବିହନ ଯୋଗଣ

ବାଙ୍କୀ : ବାଙ୍କୀ ଉପଖଣ୍ଡର ବାଙ୍କୀ ଓ ଡମପଡା ବ୍ଲକର ଅଧିକାଂଶ ବ୍ୟାପକ ଆଳୁଚାଷ ପରମ୍ପରା ବହୁ ବର୍ଷର । ପନିପରିବା ଚାଷ ସହିତ ଶୀତ ଦିନେ ଏଠିକାର ଚାଷୀ କନିଠ ପରିଶ୍ରମ କରି ଆଳୁ ଚାଷରେ ଲାଭବାନ ହେବା ସହିତ ଖୋର୍ଦ୍ଧା, ବ୍ରହ୍ମପୁର, କଟକ, ଭୂବନେଶ୍ୱର, ନୟାଗଡ ଆଦି ପଡୋଶୀ ଜିଲ୍ଲାର ହାଟ ବଜାରକୁ ବ୍ୟବସାୟୀ ମାନେ ଆଳୁ କିଣି ବ୍ୟବସାୟ କରୁଥିଲେ। ସ୍ଥାନୀୟ ଜାତମୁଣ୍ଡିଆ ନିକଟସ୍ଥ ନିସ୍ତିପୁର ଠାରେ ଆଳୁ ବିହନକୁ ପରବର୍ଷ ପାଇଁ ସାଇତି ରଖିବା ଲାଗି ସମବାୟ ବିଭାଗ ପକ୍ଷରୁ ଶୀତଳ ଭଣ୍ଡାର ନିର୍ମାଣ ଏବଂ କାର୍ଯ୍ୟକ୍ଷମ ହୋଇଥିଲା । ବିଡମ୍ବନାର ବିଷୟ ୧୯୮୨ ମହାବନ୍ୟାରେ ଶୀତଳ ଭଣ୍ଡାରଟି ସମ୍ପର୍ଣ୍ଣ ନଷ୍ଟ ହୋଇ ଏବେ ଜରାଜୀର୍ଣ୍ଣ ଭୂତକୋଠି ପାଲଟିଛି । ୧୯୮୨ ପରେ ବାଲିଚର ଏବଂ ଶୀତଳ ଭଣ୍ଡାରର ବିପର୍ଯ୍ୟସ୍ତ ଅବସ୍ଥା ତଥା ସରକାରୀ ପ୍ରୋତ୍ସାହନ ନମିଳିବାରୁ ଅଞ୍ଚଳର ଆଳୁଚାଷୀ ଚାଷ ହରାଇଥିଲେ । ଦୀର୍ଘ ବର୍ଷପରେ କୁଶପଙ୍ଗି, ପାଥପୁର, ବାଆଁରା, ଶିମିଳିପୁର, ହରିରାଜପୁର, ଦୁଲଣାପୁର ଏବଂ ବାଙ୍କୀ ବ୍ଲକ ଅଧିନ ରତାଗଡ, ଓସ୍ତିଆ, କଦଳୀବାଡି, ବନ୍ଦାଳ, ବାଉଁଶପୁଟ ପଞ୍ଚାୟତର କିଛି ଚାଷୀ ନିଜ ପରିବାରର ଚାହିଦା ପାଇଁ ସ୍ୱଳ୍ପ ଜମିରେ ଆଳୁଚାଷ ଆରମ୍ଭ କରୁଥିଲେ । ଅଭାବି ବିହନ ସମସ୍ୟା, ଜଳସେଚନ ଏବଂ କୀଟନାଶକର ଅଭାବ ଏବଂ ବ୍ୟୟ ବହୁଳ ଚାଷରୁ ବିମୁଖ ହୋଇଥିବା ଚାଷୀ ଏବେ ପୁନଃରାୟ ବାଙ୍କୀର ବିଭିନ୍ନ ଅଞ୍ଚଳରେ ଆଳୁଚାଷ କରିବା ପାଇଁ ଅଣ୍ଟା ଭିଡିଛନ୍ତି।

ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ବିଭାଗର ପୁନଃ ଉତ୍ପରତା ଚାଷୀ ମାନଙ୍କୁ ପୁନଃରାୟ ଆଳୁ ଚାଷରେ ମନଦେବା ପାଇଁ ସୁଯୋଗ ଓ ପ୍ରୋତ୍ସାହନ ଯୋଗାଇଥିବା ଚାଷୀ ମାନେ କହିଛନ୍ତି । ସୂଚନା ଅନୁଯାଇ ନିକଟରେ ଉଦ୍ୟାନ କୃଷି ବିଭାଗ ସହାୟତାରେ ପଞ୍ଜାବର ଜଳନ୍ଧରରୁ ଆଳୁ ବିହନ ଅଣାଯାଇ ଚାଷୀ ମାନଙ୍କୁ କିଲୋପିଛା ରିଆତି ଦର ୧୦ଟଙ୍କା ୨୫ପଇସା ରେ ବଣ୍ଟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଉଦ୍ୟାନ କୃଷି ବିଭାଗ ଉଭୟ ବ୍ଲକର ସମସ୍ତ ଗ୍ରାମରେ ପରୀକ୍ଷା ମୂଳକ ଭାବରେ ଆଳୁ ଚାଷ ଆରମ୍ଭ ପାଇଁ ଏକ ହଜାର କ୍ୱିଣ୍ଟାଲ ଆଳୁ ବିହନ ଆବଶ୍ୟକ ଅନୁଯାୟୀ ଉତ୍ସାହୀ ଆଳୁ ଚାଷୀ ମାନଙ୍କୁ ବଣ୍ଟନ କରାଯାଇଥିବା ସମ୍ପର୍କରେ ଉଦ୍ୟାନ କୃଷି ଅଧିକାରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଚାଷୀଙ୍କ ସୂଚନା ମୁତାବକ କ୍ଷେତ୍ର ପ୍ରସ୍ତୁତି କରି ଆଳୁ ବିହନକୁ ଘରେ ଗଜା କରାଇ ଆଧୁନିକ ପ୍ରଣାଳୀରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି । ଚଳିତ ବର୍ଷରେ ବାଙ୍କୀ ଆଳୁଚାଷ କ୍ଷେତ୍ର ପ୍ରଦର୍ଶନର ରୂପ ନେବ ବୋଲି ଉତ୍ସାହୀ ଚାଷୀ ମାନେ କହିଛନ୍ତି । ଚାଷୀ ମାନଙ୍କୁ ଏକର ପିଛା ୬ କ୍ୱିଣ୍ଟାଲ ବିହନ ଯୋଗାଣ କରାଯିବା ନେଇ ବିଭାଗୀୟ ଆକଳନ କରିଥିବା ଜଣାପଡିଛି । ଦୀର୍ଘ ବର୍ଷ ପରେ ସରକାରୀ ସ୍ତରରେ ଆଳୁ ଚାଷ ପାଇଁ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରାଯାଉଥିବାରୁ ଚାଷୀ ମାନଙ୍କ ମଧ୍ୟରେ ମଧ୍ୟ ଅନୁରୂପ ଉତ୍ସାହ ପ୍ରକାଶ ପାଇଛି । ଏବେ ସୁଧା ପାଥପୁର ପଞ୍ଚାୟତର କଇଁମୁଣ୍ଡି, ପାଥପୁର, ବାଆଁରା ଚାରିଘେରିଆ, ପଞ୍ଚାୟତର ବାଆଁରା, କୁଅମଡା, ଭଗିପୁର ପଞ୍ଚାୟତର ଭଗିପୁର, ଗୟଳବାଙ୍କ, କୁଶପଙ୍ଗି ପଞ୍ଚାୟତର କୁଶପଙ୍ଗି, ଘାସିପୁଟ, ନିସ୍ତିପୁର, ଇନ୍ଦୁମତି ପାଟଣା, ଦୁଲଣାପୁର, ତାଳବସ୍ତ, ଗୋପାଳପୁର, ଦୁର୍ଗାପୁର, ଡମପଡା, ନରଗାଙ୍ଗ, ରଗଡି, ଶିମିଳିପୁର, ହରିରାଜପୁର ଆଦି ଅଞ୍ଚଳର ଉତ୍ସାହୀ ଚାଷୀ ମାନେ ଆଳୁ ବିହନ ବିଭାଗ ନିକଟରୁ ସଂଗ୍ରହ କରିଛନ୍ତି।

- Advertisement -

ସେହିପରି ବାଙ୍କୀ ବ୍ଲକର ଓସ୍ତିଆ, କଦଳୀବାଡି,ସୁବର୍ଣ୍ଣପୁର,ରତାଗଡ, ବନ୍ଦାଳ, ବାଉଁଶପୁଟ, ଗୋଳାଗଣ୍ଡ, ଅନୁୟାରୀ, ବ୍ରହ୍ମପୁରା, କିଆପଲ୍ଲା, ନରଗାଙ୍ଗ, କଳାପଥର, ପୁଇଁଚା, ବୈଦେଶ୍ୱର ଓ କାଳିପୋଇ ପଞ୍ଚାୟତର ଚାଷୀ ମାନେ ଆଳୁ ବିହନ ସଂଗ୍ରହ କରି ଚାଷ ପାଇଁ ଅଣ୍ଟା ଭିଡିଛନ୍ତି । ସରକାରୀ ସହାୟତା ଓ ପ୍ରୋତ୍ସାହନ ସହିତ ସଠିକ୍ ସମୟରେ କୃଷି ସଚେତନତା ସହିତ ଅମଳ ସମୟରେ ଉତ୍ପାଦିତ ଆଳୁର ବଜାର ବିକ୍ରୀ ବ୍ୟବସ୍ଥା ଏବଂ ବିହନ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ସୁବିଧା ସୁଯୋଗ ପ୍ରତି କୃଷି ଓ ସମବାୟ ବିଭାଗ ଦୃଷ୍ଟି ଦେଲେ ଆଗାମୀ ଦିନରେ ବାଙ୍କୀ ପୁଣି ଆଳୁ ଚାଷର ପରମ୍ପରା ବଜାୟ ରଖି କୃଷି ଓ କୃଷକର ଅର୍ଥନୈତିକ ଓ ସାମାଜିକ ବିକାଶଶରେ ସହାୟ ହେବ ବୋଲି ପୁରୁଖା ଚାଷୀ ମାନେ ମତ ଦେଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories