“ମବ ଲିଚିଙ୍ଗ’ର ଶିକାର ହେଲେ ଲୁଟିଆ

0

ପାଟନା: ବିହାରରେ ପ୍ରଥମେ ବିଗୁସରାଏ, ତା’ପରେ ସୀତାମଢୀ ଆଉ ଏବେ ସାସାରାମରେ ମବ ଲିଚିଙ୍ଗ ସରକାରଙ୍କୁ ସମାଲୋଚନା ପରିସରକୁ ଆଣିଛି। ମବ ଲିଚିଙ୍ଗର ଶିକାର ହୋଇଛି ଜଣେ ଲୁଟିଆ। ଲୁଟ ଅଭିପ୍ରାୟ ନେଇ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଉପସ୍ଥିତ ଭିଡ଼ ପିଟିପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।ଘଟଣା ସାସରାମ ଷ୍ଟେସନରେ ଘଟିଥିଲା। ରେଳବାଇ ବୁକିଂ କିରାଣୀ ଟିକଟ ବିକ୍ରି କରି ଆଦାୟ କରିଥିବା ଟଙ୍କା ଲୁଟ କରିବାକୁ ଆସିଥିବା ଜଣେ ଯୁବକଙ୍କୁ ଉପସ୍ଥିତ ଭିଡ଼ ପିଟିପିଟି ହତ୍ୟା କରିଛି। କିରଣୀଙ୍କ ନିକଟରୁ ଦିନ ତମାମ ବିକ୍ରି ହୋଇଥିବା ଟିକଟର ଆୟ ୩୫ଲକ୍ଷ ଟଙ୍କା ଲୁଟିବାକୁ ଉକ୍ତ ଯୁବକଜଣକ ଆସିଥିଲା। ଲୋକଙ୍କ ସହ ଠେଲାପେଲା ସମୟରେ ଉକ୍ତ ଲୁଟେରାଙ୍କ ବନ୍ଧୁକରୁ ଗୁଳିରେ ଉପସ୍ଥିତ ଜଣେ ମହିଳା ଆହତ ହୋଇଥିଲେ। ଫଳରେ ଉପସ୍ଥିତ ଜନତା ଉକ୍ତ ଲୁଟିଆକୁ କାବୁ କରିନେଇ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ରେ ଯୁବକଜଣକ ପ୍ରାଣ ହରାଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ôଚ ମୃତଦେହକୁ ଜବତ୍‍ କରିଛି। ଏହି ଘଟଣାରେ ପୁଲିସ ୧୫୦ଜଣ ଲୋକଙ୍କ ନାମରେ ମାମଲା ରୁଜୁ କରିଛି। ତେବେ ଘଟଣାକୁ ନେଇ ବିହାର ଶାସନ ବ୍ୟବସ୍ଥା ପୁଣି ଥରେ ସମାଲୋଚନାର ଶିକାର ହୋଇଛି।

Leave A Reply