ନିଜାମ ସଂଗ୍ରହାଳୟରୁ ଚୋରି ହୋଇଥିବା ଟିଫିନ ଓ ଚା’ କପ୍‍ ଉଦ୍ଧାର

0

ନୂଆଦିଲ୍ଲୀ: ହାଇଦ୍ରାବାର ନିଜାମ ପରିବାର ଦ୍ୱାରା ବ୍ୟବହୃତ ସାମଗ୍ରୀକୁ ରଖାଯାଇ ଥିବା ସଂଗ୍ରହାଳୟରୁ ଚୋରି ହୋଇଥିବା ଟିଫିନ ଓ ଚା’ କପକୁ ଉଦ୍ଧାର କରିଛି ପୁଲିସ। ହାଇଦ୍ରାବାଦରୁ ଚୋରି ହୋଇଥିବା ଏହି ମୂଲ୍ୟମାନ ଦୁଇ ସାମଗ୍ରୀକୁ ଟାକ୍ସ ଫୋର୍ସ ମୁମ୍ବଇରୁ ଉଦ୍ଧାର କରିଛି। ଚୋରକୁ ଧରିବାକୁ ପୁଲିସ ପକ୍ଷରୁ ୧୫ଟି ଟିମର ଗଠନ କରାଯାଇ ଥିଲା। ହୀରା ଖଚିତ ଟିଫିନ ଓ ସୁନାରେ ନିର୍ମିତ ଚା’ କପ୍‍ ନିଜାମ ସଂଗ୍ରହାଳୟର ମୁଖ୍ୟ ଆକର୍ଷଣ ଥିଲା। ଅନ୍ତିମ ନିଜାର ମୀର ଉସମାନ ଅଲ୍ଲୀ ଖାନଙ୍କ ବ୍ୟବହୃତ ଏହି ସାମଗ୍ରୀର ଅନ୍ତରାଷ୍ଟ୍ରୀୟ ବଜାରରେ ୧୦୦କୋଟିରୁ ଊଦ୍ଧ୍ୱର୍ ବୋଲି ଆକଳନ କରାଯାଇଛି। ଟିଫିନର ଓଜନ ୨କେଜି ହୋଇଥିବାବେଳେ ଏଥିରେ ହୀରା ଓ ରୁବି ପରି ରତ୍ନା ଖଚିତ କରାଯାଇ ଥିଲା। ଏହି ସାମଗ୍ରୀ ଚୋରି ଅଭିଯୋଗରେ ପୁଲିସ ୨ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

kalyan agarbati
Leave A Reply