ଚାଲୁଣୀରେ ଅଟାକୁ ଚଲାଇ ବ୍ୟବହାର କରିବା ଠିକ୍ ନା ଭୁଲ ?
ବଜାରରେ ମିଳୁଥିବା ଅଟାରେ ଗହମ ଚୋକଡ ମିଶି ରହିଥାଏ । ଅନେକ ଲୋକ ଅଟାକୁ ଚଲାଇ ବା ସେଥିରୁ ଚୋକଡ ବାହାର କରି ବ୍ୟବହାର କରିଥାନ୍ତି । ସାଧାରଣତଃ ଲୋକେ ଅଟାରେ ଥିବା ଗହମର ଚୋକଡ ବାହାରି କରି ଅଦରକାରୀ ଭାବି ପିଙ୍ଗି ଦିଅନ୍ତି । ଏପରି କଲେ ରୁଟି ନରମ ଓ ମୁଲାୟମ ହେବ ବୋଲି ଲୋକଙ୍କ ଭାବନା ରହିଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ । ଏହା ଆମ ଶରୀର ପାଇଁ କେତେ ହାନିକାରକ ହୋଇଥାଏ ତାହା କଳ୍ପନ କରିବା ଅସମ୍ଭବ । ପ୍ରକୃତରେ ଚୋକଡା ବାହାର କରିବା ଦ୍ବାରା ଅଟାରେ ଭିଟାମିନ୍ ର ମାତ୍ରା କମି ଯାଇଥାଏ ।
ଗହମ ଚୋକଡରେ ଭରପୁର ମାତ୍ରାରେ ଲବଣ ଓ ଭିଟାମିନ୍ ରହିଥାଏ । ଯେଉଁ ତତ୍ତ୍ବ ଚୋକଡରୁ ମିଳିଥାଏ, ତାହା ଅନ୍ୟ କେଉଁ ଖାଦ୍ୟରୁ ମିଳିନଥାଏ । ଚୋକଡଯୁକ୍ତ ଅଟାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ବାରା କେତେକ ସାଂଘାତିକ ରୋଗ ମଧ୍ୟ ଭଲ ହୋଇଥାଏ ।
ଚୋକଡ ଅଟା ଖାଇବାର ଅବିଶ୍ବାସନୀୟ ଲାଭ :
ଚୋକଡ ଅଟା ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ପେଟରେ ଥିବା ମଳ ଓ ଆବର୍ଜନା ସଫା ହୋଇ ଯାଇଥାଏ । ଏହା ଦ୍ବାରା ଗ୍ୟାସ୍ ଓ ପେଟ ଫୁଲିବା ଭଳି ସମସ୍ୟା ଦୂର ହୋଇଥାଏ ।
ପାକସ୍ଥଳୀରେ ହୋଇଥିବା ଘା’ ଶୁଖିବାରେ ସାହାଯ୍ୟ କରେ।
କୋଲେଷ୍ଟ୍ରଲ୍ ର ମାତ୍ରାକୁ ସନ୍ତୁଳିତ ରଖିବାରେ ଚୋକଡର ଭୂମିକା ଅତୁଳନୀୟ ।
ହୃଦଘାତ ଜନିତ ରୋଗ ମଧ୍ୟ ଦୂର ହୋଇଥାଏ ।
ଆପେଣ୍ଡିସାଇଟିସ୍ ଏବଂ ଅର୍ସ ବା ପାଇଲ୍ସ ଭଳି ରୋଗ ପାଇଁ ଏହା ଲାଭଦାୟକ ଅଟେ ।
ଚୋକଡରେ ଫାଇବର ଭରପୁର ମାତ୍ରାରେ ରହିଥିବା ବେଳେ ମୋଟାପଣ କମ କରିବାରେ ସାହାର୍ଯ୍ୟ କରେ ।