www.samajalive.in
Friday, December 12, 2025
15.1 C
Bhubaneswar

ଆଜିଠାରୁ ସଂସଦର ଶୀତ ଅଧିବେଶନ : ଆସିବ କୃଷି ଆଇନ୍‌ ଉଚ୍ଛେଦ ବିଧେୟକ

ନୂଆଦିଲ୍ଲୀ : ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ସରକାର କୃଷି ଆଇନ ଉଚ୍ଛେଦ ବିଧେୟକକୁ ଲୋକସଭାରେ ଆଗତ କରିବାକୁ ତାଲିକାଭୁକ୍ତ କରିଛନ୍ତି। ଗତବର୍ଷ ସରକାର ପ୍ରଣୟନ କରିଥିବା ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ଲାଗି ସରକାର ଏହି ବିଧେୟକ ଆଗତ କରିବେ। ଏହା ସହିତ କ୍ରିପ୍ଟୋକରେନ୍ସି ଆଣ୍ଡ ରେଗୁଲେସନ ଅଫ ଅଫିସିଆଲ ଡିଜିଟାଲ କରେନ୍ସି ବିଧେୟକ ୨୦୨୧ ସମେତ ମୋଟ୍ ୨୬ଟି ବିଧେୟକ ଆଗତ କରିବାକୁ ସରକାର ତାଲିକାଭୁକ୍ତ କରିଛନ୍ତି। ସେହିପରି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ ମୁଖ୍ୟଙ୍କ କାର୍ଯ୍ୟ ଅବଧିକୁ ବୃଦ୍ଧି ନିମନ୍ତେ ନଭେମ୍ବର ୧୪ରେ ସରକାର ଆଣିଥିବା ଅଧ୍ୟାଦେଶ ସମୟରେ ପ୍ରସ୍ତୁତ କରିଥିବା ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ (ସଂଶୋଧନ) ବିଧେୟକ ୨୦୨୧କୁ ମଧ୍ୟ ପ୍ରାଥମିକତା ଭିତ୍ତିରେ ଆଗତ କରାଯିବ। ଅନ୍ୟପଟେ ଶୀତ ଅଧିବେଶନରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳଗୁଡିକ ପାଖରେ ଅନେକ ପ୍ରସଙ୍ଗ ରହିଛି। କୃଷ ସମସ୍ୟା ସହିତ, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ, କରୋନା ମହାମାରୀ, ଚୀନ ସେନାର ଅନୁପ୍ରବେଶ ଆଦି ପ୍ରସଙ୍ଗରେ ବିରୋଧୀ ଦଳଗୁଡିକ ଗୃହରେ ହୋହଲ୍ଲା କରିବାର ସମ୍ଭାବନା ରହିଛି। ଶୀତ ଅଧିବେଶନ ଡିସେମ୍ବର ୨୩ରେ ଶେଷ ହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories