www.samajalive.in
Sunday, December 14, 2025
23.1 C
Bhubaneswar

ପିହୁ ନିଖୋଜକୁ ବିତିଲା ୧୫ ମାସ, ସଂସଦ ସମ୍ମୁଖରେ ଧାରଣା ଦେବେ ପିହୁର ମା’

ବିଞ୍ଝାରପୁର: ବହୁ ଚର୍ଚ୍ଚିତ ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ (ପିହୁ) ନିଖୋଜ ଘଟଣାକୁ ୧୫ ମାସ ବିତିଲା। ତଥାପି ପୁଲିସ ହାତ ଖାଲି। ଘଟଣାକୁ ନେଇ ପିହୁର ମା’ ମୋନାଲିସା ନାୟକ କ୍ଷୋଭ ପ୍ରକାଶ କରିବା ସହ ଡିସେମ୍ବର ୫ରେ ସଂସଦ ଭବନ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଯାଜପୁର ଜିଲା ବିଞ୍ଝାରପୁର ଥାନା ସୁନ୍ଦରପୁର ଗ୍ରାମର ଦେଢବର୍ଷର ଶିଶୁକନ୍ୟା ପିହୁ ୨୦୨୦ ଅଗଷ୍ଟ ୯ ତାରିଖରେ ଗଁା ଦାଣ୍ଡରେ ଖେଳୁଥିବାବେଳେ କେହି ଦୁର୍ବୃତ୍ତ ତାକୁ ଉଠାଇ ନେଇଥିଲେ। ଏ ସଂପର୍କରେ ମୋନାଲିସା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ବିଞ୍ଝାରପୁର ପୁଲିସ ଘଟଣାକୁ ହାଲୁକା ଭାବେ ଗ୍ରହଣ କରିବାସହ ଏକ ଅପହରଣ ମାମଲା ରୁଜୁ କରି ଚୁପ୍ ବସିଯାଇଥିଲା।

ଘଟଣାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପୁଲିସ ଉପରେ ଚାପ ସୃଷ୍ଟି କରାଯିବା ସହିତ ରାଜ୍ୟ ସରକାରଙ୍କୁ ଘେରିଥିଲେ। ଝିଅକୁ ପାଇବାପାଇଁ ମୋନାଲିସା ଆରକ୍ଷୀ ଅଧୀକ୍ଷକଙ୍କଠାରୁ ଜିଲାପାଳ, ରାଜ୍ୟ ପୁଲିସ ମୁଖ୍ୟାଳୟ, ରାଜ୍ୟ ମହିଳା କମିସନଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା କିଛି ପାଇନଥିବା ମୋନାଲିସା କହିଛନ୍ତି। ଝିଅକୁ ପାଇବା ଦାବିରେ ମୋନାଲିସା ଦିଲ୍ଲୀ ଯିବେ ଏବଂ ଜାତୀୟ ମାନବାଧିକାର କମିସନ, ଜାତୀୟ ମହିଳା କମିସନ, ଜାତୀୟ ଶିଶୁ କମିସନ, ଓଡ଼ିଶାର ୨ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନ୍ୟ ସାଂସଦଙ୍କୁ ଭେଟି ନିଜର ଦୁଃଖ ଜଣାଇବାସହ ସହଯୋଗ ଲୋଡ଼ିବା ସହ ଡିସେମ୍ବର ୫ ତାରିଖରେ ସଂସଦ ଭବନ ସମ୍ମୁଖରେ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories