www.samajalive.in
Sunday, December 14, 2025
23.1 C
Bhubaneswar

ଶେଷ ଇଚ୍ଛାକୁ ସମ୍ମାନ: ମୃତ ବ୍ୟକ୍ତିଙ୍କୁ ସରପଞ୍ଚ ଭାବେ ଜିତାଇଲେ ଗ୍ରାମବସୀ

ପାଟନା: ଜଣେ ବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ପଞ୍ଚାୟତବାସୀ ମୃତ୍ୟୁ ପରେ ତାଙ୍କୁ ଭୋଟ୍‌ ଦେଇ ସରପଞ୍ଚ ଭାବେ ବିଜୟୀ କରାଇଛନ୍ତି। ବିହାର​ରେ ହୋଇଥିବା ପଞ୍ଚାୟତ ନିର୍ବାଚନ ଫଳାଫଳ ଗତ ୨୪ରେ ପ୍ରକାଶ ପାଇଥିଲା। ଏଥିରେ ଜିତିଥିବା ଜଣେ ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ ପାଇଁ ସ୍ଥାନୀୟ ବିଡିଓ ଖୋଜିଲା ବେଳକୁ ଗତ ୬ରେ ତାଙ୍କର ହଠାତ୍‌ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ସମ୍ପୃକ୍ତ ପ୍ରାର୍ଥୀ ୨୮ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଥିଲେ। ସେ ହେଉଛନ୍ତି ଜାମୁଇ ଜିଲାର ଦୀପାକରହର୍‌ ପଞ୍ଚାୟତର ସୋହନ ମୁର୍ମୁ। ଝାଡ଼ଖଣ୍ଡ ସୀମାରେ ଅବସ୍ଥିତ ଏହି ପଞ୍ଚାୟତ। ମୃତ୍ୟୁ ପୂର୍ବରୁ ତାଙ୍କୁ ବିଜୟୀ କରିବା ପାଇଁ ସୋହନ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ। ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଗ୍ରାମବାସୀ ସୋହନଙ୍କୁ ଅନୁକମ୍ପା ଭୋଟ୍‌ ଦେଇଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories