ରୁଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ

0

ମସ୍କୋ : ରୁଷ୍‌ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ରବିବାର ଭୋଟ ଗ୍ରହଣ କରାଯାଇଛି। ଏହି ନିର୍ବାଚନରେ ଭ୍ଲାଦିମିର ପୁଟିନ ପୁନର୍ବାର ନିର୍ବାଚିତ ହେବା ନେଇ ଆଶା ପ୍ରକାଶ କରାଯାଇଛି। ଜନମତ ସର୍ଭେ ଅନୁଯାୟୀ ପୁଟିନଙ୍କ ସପକ୍ଷରେ ୭୦% ଭୋଟ ରହିଛି। ୟୁକ୍ରେନର କ୍ରିମିଆ ଅଞ୍ଚଳକୁ ରୁଷ ଦଖଲ କରିବା, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷ୍‌ର ହସ୍ତକ୍ଷେପ, ବ୍ରିଟେନ ସହିତ କୂଟନୈତିକ ତିକ୍ତତା ଓ ସିରିୟାରେ ରୁଷ୍‌ର ବୋମାମାଡ ଭଳି ଘଟଣାକୁ ନେଇ ପୁଟିନ ସମାଲୋଚିତ ହୋଇଥିଲେ ମଧ୍ୟ ତାଙ୍କ ସପକ୍ଷରେ ଜନମତ ଯାଇଛି। ପୁଟିନ ପ୍ରଥମେ ୧୯୯୯ରୁ ଅଗଷ୍ଟରୁ ୨୦୦୦ ମେ ପର୍ଯ୍ୟନ୍ତ ରୁଷ୍‌ର ପ୍ରଧାନମନ୍ତ୍ରୀ ରହିଥିଲେ। ଏହା ପରେ ୨୦୦୦ରୁ ୨୦୦୮ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିଲେ। ପରେ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ। ଏହା ପରେ ୨୦୧୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରପତି ଅଛନ୍ତି।

Leave A Reply