www.samajalive.in
Sunday, December 14, 2025
23.1 C
Bhubaneswar

ଜିଲ୍ଲା ସହକାରୀ ନିବନ୍ଧକ ସମିତି କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର: ୫ ଦଫା ଦାବି ନେଇ ଓଡିଶା ସମବାୟ କର୍ମଚାରୀ ମହାସଂଘ ଡାକରାରେ ନବରଙ୍ଗପୁର ଜିଲ୍ଲା ସମବାୟ କର୍ମଚାରୀ ସଂଘ ତରଫରୁ ଆଜି ସହକାରୀ ନିବନ୍ଧକ ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କରାଯାଇଛି। କର୍ମଚାରୀମାନେ ଅଫିସ ଘେରାଉ କରିବା ସହ ଅଫିସ ଆଗରେ ନାରାବାଜି କରି ଧାରଣା ଦେଇଥିଲେ। ଏଥିରେ ନବରଙ୍ଗପୁର ଜିଲ୍ଲାର ୧୩ ଗୋଟି ଲ୍ୟାମ୍ପର କର୍ମଚାରୀ ସାମିଲ ହୋଇଥିଲେ। ସରକାର ସେମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ କାର୍ଯ୍ୟରେ ନିୟୋଜିତ କରୁଥିଲେ ମଧ୍ୟ ସେମାନଙ୍କୁ ସରକାରୀ ମାନ୍ୟତା ନଦେବାକୁ ବିରୋଧ କରିଛନ୍ତି। ଆନ୍ଦୋଳନକାରୀମାନେ ୫ ଦଫା ଦାବି ନେଇ ଆନ୍ଦୋଳନ କରୁଥିବା ବେଳେ ସେଥି ମଧ୍ୟରୁ ୧୯୭୭ ମସିହାରୁ ସମବାୟ ସଂସ୍ଥା ଆରମ୍ଭ ହୋଇଥିଲେ ମଧ୍ୟ ଲ୍ୟାମ୍ପ କର୍ମଚାରୀଙ୍କ ପଦବୀର କୌଣସି ସ୍ଥାୟୀତ୍ବ ନ ଥିବାରୁ ସମସ୍ତ ସମବାୟ ପଦବୀକୁ ସରକାରୀ ସ୍ଥାୟୀତ୍ୱ ପ୍ରଦାନ, ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ଦରମା ପ୍ରଦାନ, ୧୮୯ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି। କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଫଳରେ ଲ୍ୟାମ୍ପ କାର୍ଯ୍ୟାଳୟରେ ତାଲା ଝୁଲୁଛି ଏବଂ ସମବାୟ ସଂସ୍ଥା ସମ୍ପର୍କିତ ସମସ୍ତ କାର୍ଯ୍ୟ ବନ୍ଦ ରହିଛି। ୧୩ ଗୋଟି ଲ୍ୟମ୍ପ୍ସ୍ ବନ୍ଦ ରହିଥିବା ଯୋଗୁଁ ଚାଷୀମାନେ ନାହିଁ ନ ଥିବା ହଇରାଣ ହରକତ୍ ହେଉ ଥିବା ଦେଖିବାକୁ ମିଳୁଛି। କର୍ମଚାରୀମାନେ ଆନ୍ଦୋଳନରେ ଭାଗ ନେଇ ସମସ୍ତ ଦାବି ଉପସ୍ଥାପନ କରିଥିଲେ। ସରକାର ଯଦି ଏଥିପ୍ରତି ତୁରନ୍ତ ଦ୍ରୁଷ୍ଟି ଦେଇ ପଦକ୍ଷେପ ଗ୍ରହଣ ନକରନ୍ତି ତାହେଲେ ଭବିଷ୍ୟତରେ ଚାଷୀ ଗୁରୁତର ସମସ୍ୟାର ସମ୍ମୁଖୀନ ହେବା ସହ ଧାନ ବିକ୍ରି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories