www.samajalive.in
Thursday, December 11, 2025
26.1 C
Bhubaneswar

ପ୍ରଯୁକ୍ତି ଓ ଉପଯୁକ୍ତ ମାର୍ଗଦର୍ଶନ- ସଫଳତାର ଚାବିକାଠି

ଜମି ଅଛି, ବଜାରରେ ସାର ଓ ବିହନ ମଧ୍ୟ ମିଳୁଛି । କିନ୍ତୁ ଚାଷୀଙ୍କୁ ଚାଷ ସମ୍ପର୍କିତ ସଠିକ ଜ୍ଞାନ ଦେବାରେ ଅଭାବ ରହିଛି । ସେମାନେ ନିଜର କୃଷି ଉତ୍ପାଦନ ବୃଦ୍ଧି ସହିତ ନିଜର ଆୟ ବଢାଇବା ନିମନ୍ତେ ସେମାନଙ୍କୁ ଉଚିତ ପରାମର୍ଶ ମିଳିପାରୁନାହିଁ । ଦୟାସଗର ଏହିଭଳି ଜଣେ ଚାଷୀ, ଯିଏ ବଲାଙ୍ଗିର ଜିଲା କୁଠୁର୍ଲା ଗ୍ରାମର ବାସିନ୍ଦା । ଏବେ ସେ ତାଙ୍କ ଅଞ୍ଚଳର କୃଷକ ସମୁଦାୟ ଏବଂ ସାଧାରଣରେ ଜଣେ ସଫଳ ଚାଷୀ ଭାବରେ ସୁପରିଚିତ । ଦୁଇବର୍ଷ ପୂର୍ବ ସମୟ ପର୍ଯ୍ୟନ୍ତ ତାଙ୍କ ପାଇଁ ପରିସ୍ଥିତି ଏଭଳି ନଥିଲା । ତାଙ୍କର ଶିକ୍ଷାଗତ ଯୋଗ୍ୟତା +୨ । ପ୍ରାୟ ୧୫ ବର୍ଷ ହେଲା ସେ ନିଜର ୩.୫ ଏକର ଜମିରେ ଚାଷକାମ କରିଆସୁଛନ୍ତି । କିନ୍ତୁ ସେଥିରୁ ହେଉଥିବା ଆୟ ତାଙ୍କ ପାଇଁ ସନ୍ତୋଷଜନକ ନଥିଲା । ନିଜର ପତ୍ନୀ, ଦୁଇ ପୁଅ, ମା’ଙ୍କୁ ନେଇ ପାଞ୍ଚପ୍ରାଣୀ ପରିବାରକୁ ସେ ଯେମିତି ସେମିତି ଚଳାଇ ନେଉଥିଲେ । କୃଷି ସମ୍ପର୍କିତ ଆଧୁନିକ ଜ୍ଞାନ ଆହରଣ କରିବା ଏବଂ ତାହାକୁ ନିଜ ଜମିରେ ପ୍ରୟୋଗ କରିବାର ଆଗ୍ରହ ଓ ଇଛା ତାଙ୍କର ଥିଲା, କିନ୍ତୁ ସୁଯୋଗର ଅଭାବ ରହିଥିଲା । ତାଙ୍କର ୩.୫ ଏକର ଜମି ମଧ୍ୟରୁ ସେ ୨.୫ ଏକର ଜମିରେ ଧାନ ଏବଂ ଆଉ ୧ ଏକର ଜମିରେ ବାଇଗଣ, ପୋଟଳ, ବିଲାତି, ଭେଣ୍ଡି, ଲଙ୍କା, ଫୁଲ କୋବି ଆଦି ଚାଷ କରୁଥିଲେ । ଦୁଇବର୍ଷ ତଳେ ତାଙ୍କ ଗ୍ରାମରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କ୍ଷେତ୍ର ପ୍ରତିନିଧିଙ୍କ ଦ୍ୱାରା ଫୋନ ଯୋଗେ କୀଟପୋକ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ ଦୟାସାଗର ଯୋଗଦେଇ କୃଷି ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଥିଲେ । ଏହା ତାଙ୍କ ମନରେ ଆଶାର ସଞ୍ଚାର କରିଥିଲା । ଗତବର୍ଷ ଖରିଫ ଋତୁରେ ଦୟାସାଗର ତାଙ୍କର ୨ ଏକର ଜମିରେ ଧାନଚାଷ କରିଥିଲେ । କିନ୍ତୁ ସେଥିରେ ଚକଡା ପୋକ ଲାଗିବାରୁ ସେ ଚିନ୍ତିତ ହୋଇପଡିଥିଲେ । ସେ ଫାଉଣ୍ଡେସନର ସହିତ ଯୋଗାଯୋଗ କରି ସେଠାରୁ ପାଇଥିବା ପରାମର୍ଶ ମୁତାବକ ରୋଗପୋକ ନିୟନ୍ତ୍ରଣକାରୀ ପଦକ୍ଷେପ ନେଇଥିଲେ । ସେଥିରୁ ତାଙ୍କୁ ସୁଫଳ ମିଳିଲା ଏବଂ ସେ ପ୍ର୍ରାୟ ୪୦ କୁଇଣ୍ଟାଲ ଧାନ ଅମଳ କରିବା ସହିତ ତାହାକୁ ବିକ୍ରି କରି ପ୍ରାୟ ୬୫ରୁ ୭୦ ହଜାର ଟଙ୍କା ପାଇଥିଲେ ।
ଚଳିତ ବର୍ଷ ସେପ୍ଟେମ୍ବର ମାସରେ ପ୍ରାୟ ୨୦ ଡେସିମିଲ ଜମିରେ ସେ ଲଙ୍କା ଚାଷ କରିଥିଲେ । ସେଥିରେ ପତ୍ରପୋଡା ରୋଗ ସହିତ ଅନ୍ୟାନ୍ୟ କୀଟପୋକ ଲାଗିଥିଲେ । ବଲାଙ୍ଗିର ଜିଲା କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରି ତାଙ୍କ ପରାମର୍ଶ ଅନୁଯାୟୀ ସେ ଔଷଧ ପ୍ରୟୋଗ କଲେ । ଉକ୍ତ ଜମିରୁ ତାଙ୍କୁ ୪ କୁଇଣ୍ଟାଲ ଲଙ୍କା ମିଳିବା ସହିତ ତାକୁ ବିକି ସେ ୨୦ ହଜାର ଟଙ୍କା ପାଇଥିଲେ । ସେହି ସମୟରେ ସେ ୫୦ ଡେସିମିଲ ଜମିରେ ବାଇଗଣ ଚାଷ କରିଥିଲେ । ସେଥିରେ ମଧ୍ୟ ରୋଗ ପୋକ ଆକ୍ରମଣ କରିଥିଲା । ବଲାଙ୍ଗିର ଜିଲା କୃଷି ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରି ତାଙ୍କ ପରାମର୍ଶରେ ସେ ବାଇଗଣ ଫସଲକୁ ରୋଗପୋକ ମୁକ୍ତ କରିପାରିଥିଲେ । ସେଥିରୁ ପ୍ରାୟ ୫ କୁଇଣ୍ଟାଲ ବାଇଗଣ ବିକ୍ରିକରି ୧୦ ହଜାର ଟଙ୍କା ଆୟ କରିଥିଲେ । ତାଙ୍କ ମତରେ ଚାଷୀଙ୍କୁ ସେମାନଙ୍କର ଆବଶ୍ୟକତା ସମୟରେ ସଠିକ ପରାମର୍ଶ ଓ ସହଯୋଗ ମିଳିଲେ ସେମାନେ ଅଧିକ ଅମଳ ସହିତ ଉପାର୍ଜନ କରିପାରିବେ ।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories