www.samajalive.in
Thursday, December 11, 2025
26.1 C
Bhubaneswar

ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ 

ବୌଦ୍ଧ : ଚଳିତ ବର୍ଷର ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମର ତଦାରଖ ପାଇଁ ଭୋଟର ତାଲିକା ପର୍ୟ୍ୟବେକ୍ଷକ ଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବରିଷ୍ଠ ସଚିବ ସୁଜାତା ସାହୁ ବୌଦ୍ଧ ଗସ୍ତ କରି ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମର ସମୀକ୍ଷା କରିଥିଲେ । ଭୋଟର ତାଲିକା ପର୍ୟ୍ୟବେକ୍ଷକ ଶ୍ରୀମତୀ ସାହୁଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ୟ୍ୟ।ଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଲଲାଟେନ୍ଦ୍ର ମିଶ୍ର, ଉପ ଜିଲ୍ଲାପାଳ ତଥା-ଭୋଟର ପଞ୍ଜୀକରଣ ଅଧିକାରୀ ସନନ୍ତ କୁମାର ନାଏକ, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଅଶ୍ୱନୀ କୁମାର ମେହେର ଓ ଜିଲ୍ଲାର ସମସ୍ତ ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି । ଏହି ସଭାରେ ଚଳିତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୨ କିଭଳି ଭାବରେ ସଫଳତା ସହ ଅନୁଷ୍ଠିତ ହେବ ଏବଂ ବହୁମାତ୍ରାରେ ଭୋଟରଙ୍କ ନାମ ପଞ୍ଜୀକରଣ ହେଇ ପାରିବ, ଯେମିତି ୧୮ ବର୍ଷ ବୟସ୍କ ବ୍ୟକ୍ତି ବିଶେଷ କେହିବି ଯୋଗ୍ୟ ଭୋଟର ମତଦାନରୁ ବଞ୍ଚିତ ନ ହୁଅନ୍ତି ଏବଂ ଭୋଟର ତାଲିକା ନିର୍ଭୁଲ ଭାବାରେ ପ୍ରକାଶନ ଉପରେ ବିଶେଷ ଧ୍ୟାନ ଦେବାକୁ ଭୋଟର ତାଲିକା ପର୍ୟବେକ୍ଷକ ନିର୍ଦେଶ ଦେଇଥଲେ । ସମୀକ୍ଷା ବୈଠକ ପରେ ପୟବେକ୍ଷକ ଏବଂ ଭୋଟର ପଞ୍ଜୀକରଣ ଅଧିକାରୀ ବିଭିନ୍ନ ଭୋଟର ଗ୍ରହଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଚଳିତ ବର୍ଷ ଭୋଟର ମାନଙ୍କ ସୁବିଧା ନିମନ୍ତେ ଭୋଟର ହେଲପଲାଇନ ଆପ ପ୍ରଚଳିତ କରାଯାଇଅଛି । ଏହି ଆପ ଦ୍ଵାରା ସାଧାରଣ ଜନତା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ, ସଂଶୋଧନ, ସ୍ଥାନାନ୍ତର ଅଥବା ନୂତନ ଭୋଟର ଭାବରେ ଆବେଦନ କରିପାରିବେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ନିର୍ବାଚନ ଅବନିକାନ୍ତ ସାହୁ, ଉପ ବିଭାଗ ଅଧିକାରୀ ରାଜଗୋପାଳ ମହାପାତ୍ର, ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ସରୋଜ କୁମାର ବେହେରା ଏବଂ କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

Related Articles

Popular Categories