www.samajalive.in
Sunday, December 14, 2025
26.1 C
Bhubaneswar

ଖାଲଖମାରେ ଭର୍ତ୍ତି ଗୋପାଳପୁରରୁ ଡୁରା ରାସ୍ତା, ୧୦ କିମି ମଧ୍ୟରେ ସୃଷ୍ଟି ହୋଇଛି ୫୦ରୁ ଉର୍ଦ୍ଧ୍ବ ଗର୍ତ୍ତ

ଗୋପାଳପୁର: ଗୋପାଳପୁରକୁ ସଂଯୋଗ କରୁଥିବା ବ୍ରହ୍ମପୁର-ଗୋପାଳପୁର ମୁଖ୍ୟ ସଡକର ଡୁରା ଛକ ଠାରୁ ଗୋପାଳପୁର ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ଏହି ୧୦ କିମି ରାସ୍ତାରେ ୫୦ ରୁ ଉର୍ଦ୍ଧ୍ବ ଗର୍ତ୍ତ ସୃଷ୍ଟି ହୋଇଛି। ଏହା ସହ ଆଲୋକିକରଣ ବ୍ୟବସ୍ଥା ନ ଥିବାରୁ ମୁଖ୍ୟ ରାସ୍ତାଟି ବର୍ତ୍ତମାନ ମରଣଯନ୍ତା ପାଲଟିଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା ରାମଚନ୍ଦ୍ର ପୁର ଠାରୁ ବିଶ୍ବବିଦ୍ୟାଳୟ ମଝିରେ ମୁଖ୍ୟ ରାସ୍ତାରେ ପ୍ରାୟ ବଡ ଧରଣର ଖାଲ ହେବା ସହ ଗୁଡି ବାହାରି ରହିଥିବାରୁ ଗୋପାଳପୁର ଆସୁଥିବା ପର୍ୟ୍ୟଟକ ଓ ସ୍ଥାନୀୟ ଲୋକେ ବହୁ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଜଣାପଡିଛି। ଗତ କାଲି ରବିବାର ସଂଧ୍ୟାରେ ବହୁ ପର୍ଯ୍ୟଟକ ବେଳାଭୂମି ମୁହାଁ ହୋଇଥିବା ବେଳେ କିଛି ପର୍ଯ୍ୟଟକ ସେହି ଖାଲରେ ପଡ଼ି ଗୁରୁତର ହୋଇଥିବା ଜଣାପଡିଛି। ରାତି ପ୍ରାୟ ୯ ଟା ବେଳେ ଜଣେ ବୃଦ୍ଧ ବ୍ୟକ୍ତି ପରିବାର ସହ ବ୍ରହ୍ମପୁରରୁ ଗୋପାଳପୁର ଫେରୁଥିବା ସମୟରେ ଉକ୍ତ ଗର୍ତ୍ତରେ‌ ପଡି ଆହାତ ହୋଇଥିଲେ।

ଘଟଣା ପରେ ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ଲୋକ ତୁରନ୍ତ ବୃଦ୍ଧକୁ କାର‌ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ପଠାଇବା ସହ ଘଟଣା ନେଇ ଗୋପାଳପୁର ପୁଲିସକୁ ଅବଗତ କରାଇଥିଲେ। ଖବର ପାଇ ଗୋପାଳପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖାଲ ହୋଇଥିବା ସ୍ଥାନରେ ରେ ଡାଳ ପକାଇ ଲୋକମାନଙ୍କୁ ସଚେତନତା କରାଇଥିଲେ। ଏ ନେଇ ପୂର୍ତ୍ତ ବିଭାଗର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିବାବେଳେ ସେ ଉକ୍ତ ସ୍ଥାନରେ ଗର୍ତ୍ତ ହୋଇଥିବା ସ୍ୱୀକାର କରିବା ସହ ଆଜି ରାତ୍ର ସୁଦ୍ଧା ମରାମତି କରାଯିବ ବୋଲି କହିଥିଲେ।

- Advertisement -

ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ପ୍ରତ୍ୟେକ ଦିନ ରାଜ୍ୟ ଓ ରାଜ୍ୟ ବାହାରରୁ ବହୁ ପର୍ଯ୍ୟଟକ ବେଳାଭୂମି ଆସିଥାନ୍ତି। ଏହା ସହ ଜିଲା ପ୍ରଶାସନ ପକ୍ଷରୁ ବେଳାଭୂମି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସୌନ୍ଦର୍ୟ୍ୟ କରଣ ସହ ଆଲୋକି କରଣ କରାଯାଇଛି। କିନ୍ତୁ ଡୁରା ଠାରୁ ନାରାୟଣପୁର ପର୍ୟ୍ୟନ୍ତ ଅଲୋକି କରଣ କରାଯିବା ସହ ମୁଖ୍ୟ ରାସ୍ତା ରେ ଥିବା ଖାଲ ଖମାକୁ ମରାମତି କରିବା ପାଇଁ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବା ଆବଶ୍ୟକ ବୋଲି ଦାବି କରାଯାଇଛି।
ଅନ୍ୟ ପଟେ ଘଟଣା ନେଇ ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରତାପ ମିଶ୍ର କହିଛନ୍ତି ଯେ କରାପଲ୍ଲୀ ଚକ ଠାରୁ ଡୁରା ପର୍ୟ୍ୟନ୍ତ ରାସ୍ତା ନିର୍ମାଣ ହେବାର ଅନେକ ବର୍ଷ ବିତି ଯାଇଥିବା ବେଳେ ଏହାର ମରାମତି ଦରକାର ପଡିଲାଣି। ଏଣୁ ବିଭାଗ ପକ୍ଷରୁ ରାସ୍ତାର ମରାମତି ନିମନ୍ତେ ୧୫ କୋଟି ଟଙ୍କାର ଏକ ଡିପିଆର ପ୍ରସ୍ତୁତ କରାଯାଇ ସରକାରଙ୍କୁ ପ୍ରଦାନ କରାଯାଇଛି। ଏହାର ଅନୁମୋଦନ ମିଳିବା ପରେ ତୁରନ୍ତ କାମ ଆରମ୍ଭ ହେବ। ଏଥି ସହ ରାସ୍ତାରେ ହୋଇଥିବା ଗର୍ତ୍ତ ଗୁଡିକୁ ତୁରନ୍ତ ମରାମତି କରାଯିବ ବୋଲି ମତବ୍ୟକ୍ତ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories