ଚୌଦ୍ୱାର : ଚୌଦ୍ୱାର ମହିଳା, ଯୁବ ଓ ଛାତ୍ର ବିଜେଡ଼ି ତରଫରୁ ରନ୍ଧନ ଗ୍ୟାସ୍ର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ସୋମବାର ଦିନ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ବିଜେଡ଼ି ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ଯାଇ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ସରକାରଙ୍କ ଗୃହିଣୀ ମାରଣ ନୀତିର ତୀବ୍ର ସମାଲୋଚନା କରି କେନ୍ଦ୍ର ବିରୋଧି ଧ୍ୱନୀମାନ ଦେଇଥିଲେ । ଚୌଦ୍ୱାର ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା, ମହିଳା ସଭାନେତ୍ରୀ ମାନସୀ ସ୍ୱାର୍ଣ୍ଣପ୍ରଭା ସାମଲ,ଜିଲା ଉପସଭାପତି ପ୍ରେମଚାନ୍ଦ ନାୟକ, ସମ୍ପାଦକ ଶୁଭେନ୍ଦୁ ସାମଲ, ଯୁବ ସଭାପତି ଅର୍ଜୁନ ପଣ୍ଡା, ଛାତ୍ର ସଭାପତି ଭରତ ଚନ୍ଦ୍ର ସାହୁ, ପୂର୍ବତନ କାଉନସିଲର ସୁବ୍ରତ ସାମଲ, ମନୋଜ ମହାନ୍ତି, ଦିଲ୍ଲିପ କୁମାର ସାହୁ, ଅଜୟ କୁମାର ବେହେରା, ବିଜୟ ମଲ୍ଲିକ, ଗିରିଧାରୀ ଦଳାଇ, ସବିତା ନାୟକଙ୍କ ସମେତ ସ୍ଥାନୀୟ ବହୁ ନେତା ଓ କର୍ମୀ ବିକ୍ଷୋଭ ସ୍ଥଳରେ ଉଦ୍ବୋଧନ ଦେଇ କେନ୍ଦ୍ର ସରକାର ଗତ ୩ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସ୍ର ମୂଲ୍ୟରେ ୭୦% ବୃଦ୍ଧି କରି ଲୋକମାନଙ୍କ ଜୀବନ ଜୀବୀକା ଉପରେ କୁଠାରାଘାତ କରିଛନ୍ତି ବୋଲି ଅଭିଯୋଗ କରି ଗ୍ୟାସ୍ ଦର ହ୍ରାସ କରା ନଗଲେ ବିଜେଡ଼ି ତରଫରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ। ସେମବାର ଠାରୁ ୩ଦିନ ଧରି ସାରା ଓଡ଼ିଶାରେ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆରଡ଼ିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏସମ୍ପର୍କରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।
Popular Categories



