www.samajalive.in
Sunday, December 7, 2025
26.1 C
Bhubaneswar

ଫୁଟବଲ ଟୁର୍ଣ୍ଣାମେଣ୍ଟ : ବିଜେତାଙ୍କୁ ଟ୍ରଫି ସହ ୫୦କିଲୋ କୁକୁଡା

ବଡ଼ସାହି : ଦେଉଳିଆ ପଞ୍ଚାୟତ, ବଇଁଚାରେ ବଜରଙ୍ଗବାଲି ଯୁବକସଂଘ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‍ଯାପିତ ହୋଇଯାଇଛି। ଶନିବାର ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ ଓ ବିଜେଡ଼ିର ପର୍ଯ୍ୟବେକ୍ଷକ କ୍ଷୀରୋଦ ଚନ୍ଦ୍ର ରାଉତ ଅତିଥିଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‍ଘାଟନ କରିଥିଲେ। ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ କମଳାଶୋଳ ଦଳ ଡ଼ାହିସାହି ଦଳକୁ ୩-୧ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ଟୁର୍ଣ୍ଣାମେଣ୍ଟ ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବିଧାୟକ ଗଣେଶ୍ୱର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରର୍ନସଅପ୍‍ ଦଳକୁ ପୁରସ୍କାର ବାବଦରେ ଯଥାକ୍ରମେ ୫୦ ଓ ୩୦କିଗ୍ରା ବ୍ରଏଲୟର କୁକୁଡ଼ା ଏବଂ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ସରପଞ୍ଚ ବୈଦନାଥ ସିଂ, ସମ୍ମାନୀତ ଅତିଥି ଭାବେ ବିଜେଡ଼ିର ବ୍ଲକ ଯୁବ ସଭାପତି ନିହାର ରଞ୍ଜନ ମହାପାତ୍ର, ସାମ୍ବାଦିକ ଦୀପକ କୁମାର ବୁଗୁଡ଼େଇ, ମନୋରଞ୍ଜନ ଲେଙ୍କା ଓ ଆଦିତ୍ୟ ବେହେରା ଯୋଗଦେଇଥିଲେ। କ୍ଲବର ସଦସ୍ୟ ସିଦ୍ଧାନ୍ତ ଜେନା, ଦାଶରଥି ସିଂ, ଉମେଶ ବିନ୍ଧାଣୀ, ସୁରେନ୍ଦ୍ର ସିଂ, କାର୍ତ୍ତିକ ସିଂ, କାଳିଚରଣ ସିଂ, ଟିକି ସିଂ, ବାବୁ ସିଂ, କାଳିଆନନା ସିଂ, ବିଜୟଜ୍ୟୋତି ନାଏକ ଓ ସର୍ବେଶ୍ୱର ପରିଡ଼ା ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories