www.samajalive.in
Sunday, December 14, 2025
14.1 C
Bhubaneswar

ସଫେଇ ଠିକାଦାର: ପରିଚୟ ନାହିଁ, କିନ୍ତୁ ସ୍ଥାନୀୟ ଅଞ୍ଚଳକୁ କରୁଛନ୍ତି ସଫାସୁତୁରା

କଲମପୁର: ବିଜ୍ଞାପନର ଯୁଗ। ନିଜକୁ ନିଜେ ଯିଏ ଯେତେ ବିଜ୍ଞାପିତ କରି ପାରିଲା ସେ ସେତେ ଲୋକଙ୍କ ନିକଟରେ ଆଦୃତ ହେଲା। ବର୍ତ୍ତମାନ ଆଣ୍ଡ୍ରଏଡ ଫୋନର ଯୁଗ। ହାତ ପାହାନ୍ତାରେ ସମଗ୍ର ଦୁନିଆ। ଫେସବୁକ, ହ୍ବାଟ୍ସଅାପ, ଟୁଇଟର ପ୍ରମୁଖ ମାଧ୍ୟମ ପାଲଟିଛି ବିଜ୍ଞାପନର। ଜଣେ ଅସହାୟଙ୍କୁ ସହାୟତା କରିବା ନାଁରେ ଗୋଟିଏ ବିସ୍କୁଟ ପ୍ୟାକେଟ ଦେଇ ୭ ଜଣଙ୍କର ଫଟୋ ଅପଲୋଡ କରାଯାଉଛି, ନିଜ ଦାତା ପଣିଆକୁ ବିଜ୍ଞପିତ କରିବା ପାଇଁ। ରାସ୍ତା ଉପରେ ପଲିଥିନଟିଏ ପଡିଥିଲେ ସ୍ୱଚ୍ଛ ଭାରତ ଓ ନିଜକୁ ପ୍ରଦର୍ଶିତ କରିବା ପାଇଁ ଅନେକ ଫଟୋ ପୋଷ୍ଟ କରାଯାଉଛି। ଗଛଟିଏ ଲଗେଇ ଦେଲେ ଅଥବା କେଉଁ ଏକ ଗଛମୂଳେ ପାଣିଢାଳେ ଦେଇ ଦେଲେ ପ୍ରକୃତିିମିତ୍ର ଆକ୍ଷା ନେଇ ଫଟୋ ପୋଷ୍ଟ କରାଯାଉଛି। ଅନେକ ଲାଇକ କମେଣ୍ଟ ମିଳୁଛି। କିନ୍ତୁ ଏସବୁର ଊର୍ଦ୍ଧ୍ବରେ ଜଣେ ଅପରିଚିତ ବ୍ୟକ୍ତି ଅଛନ୍ତି ଯିଏ ରାତି ଦିନ ସଫେଇ କାମରେ ନିୟୋଜିତ। ତାଙ୍କ ପାଖରେ ନାହିଁ ଆଣ୍ଡ୍ରଏଡ ଫୋନ ନିଜକୁ ଫଟୋ ଉଠେଇ ପ୍ରଦର୍ଶିତ କରିବା ପାଇଁ। ନାହି ସମାଜସେବୀ ହେବାର ଆଗ୍ରହ। କିମ୍ବା ରାଜନେତାମାନଙ୍କ ଭଳି କିଛି ଟଙ୍କା ଖର୍ଚ୍ଚ କରି ନିଜେ ପ୍ରଦର୍ଶିତ ହେବାର ଇଛା ତାଙ୍କ ନିକଟରେ ନାହିଁ। କିନ୍ତୁ ସକାଳ ପାଇବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ କରିଚାଲିଛନ୍ତି ରାସ୍ତା ଘାଟ ସଫେଇ। କେଉଁଠି ଟିକିଏ ଅଳିଆ ପଡିବା ପାଇଁ ଦେଉନାହାଁନ୍ତି।

 

- Advertisement -

ଯଦି ଦୈବାତ କେଉଁଠି ପଲିଥିନ ଟିଏ ଅଥବା ଗୋବର ଟିକିଏ ପଡିଥାଏ ତେବେ ସାଙ୍ଗେ ସାଙ୍ଗେ ଯାଇ ସଫେଇ କରୁଛନ୍ତି. ଏହି ବ୍ୟକ୍ତି। ଲୋକଙ୍କ ନଜରରେ ସେ ଜଣେ ପାଗଳ। କିଏ ଜାଣନ୍ତି ନାହିଁ ତାଙ୍କର ପରିଚୟ। କେଉଁଠୁ ଆସିଲେ ସେନେଇ ସମସ୍ତେ ଅଜ୍ଞ। ସେ ଯେଉଁ ଭାଷା କହୁଛନ୍ତି ସେ ଭାଷା ଲୋକଙ୍କ ବୁଝିବାର ବାହାରେ। ସଫେଇ ପାଇଁ କିଏ ତାଙ୍କୁ ନିୟୋଜିତ କରି ନାହାଁନ୍ତି କି ଏଥିପାଇଁ ସେ କୌଣସି ପାରିଶ୍ରମିକ ପାଉନାହାଁନ୍ତି। ଭିକାରୀଙ୍କ ଭଳି କାହାକୁ ହାତ ପାତି ମାଗି ନାହାଁନ୍ତି। କିଏ କେତେବେଳେ ଦୟାକିର ଖାଇବାକୁ ଦେଲେ ସାଦର ସହିତ ଖାଇ ଦେଉଛନ୍ତି। ଶୋଇବା ପାଇଁ ନାଁ ଅଛି କୁଡିଆ ନାଁ ଅଛି ଛାତ, ଯେଉଁଠି ନିଦ ଆସିଲା ସେହି ଠାରେ ଶୋଇଯାଉଛନ୍ତି। ଏଭଳି ଜଣେ ସଫେଇ ପାଗଳଙ୍କୁ ଦେଖିବାକୁ ମିଳିଛି କଳାହାଣ୍ଡିର ଥୁଆମୁଲ ରାମପୁର ଠାରେ। ଗତ ୧୫ ଦିନ ହେବ ସେ ଏଠାରେ ଡେରା ପକେଇ ସମଗ୍ର ଥୁଆମୁଲ ରାମପୁର ପରିସରକୁ ସଫେଇ କରିବାରେ ଲାଗିଛନ୍ତି। ସତେ ଯେମିତି ସେ ହେଉଛନ୍ତି ଏହି ସଫେଇ ଠିକାଦାର। ବୟସ ପାଖା ପାଖି ୫୦। ଜଣେ ଶିକ୍ଷିତ ତଥା ସମ୍ଭ୍ରାନ୍ତ ପରିବାରର ସଦସ୍ୟ ଭଳି ମନେ ହେଉଛି। ଏପରିକି ଏହି ବ୍ୟକ୍ତି ଜଣକ ଉତ୍ତର ପ୍ରଦେଶ ଅଞ୍ଚଳର ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ କିଛି ସ୍ୱାର୍ଥନ୍ୱେଷୀ ବ୍ୟକ୍ତି ସେହି ସଫେଇ ଠିକାଦାରଙ୍କ ପାଗଳପଣର ଫାଇଦା ନେଇ ନିଜ ଅଞ୍ଚଳକୁ ଡାକି ନିଜ କାମ କରାଇ ତାଙ୍କୁ ବ୍ୟବହାର କରୁଛନ୍ତି। ଏହି ବ୍ୟକ୍ତିଙ୍କୁ ଉଦ୍ଧାର କରି କୌଣସି ସ୍ଥାନରେ ଆଶ୍ରୟଦେଲେ ହୁଏତ ତାଙ୍କ ପରିଚୟ ମିଳିପାରିବ ବୋଲି ଅନେକ ସଚେତନଲୋକ ପ୍ରକାଶ କରିଛନ୍ତି।

 

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories