www.samajalive.in
Sunday, December 14, 2025
26.1 C
Bhubaneswar

ଭତ୍ତା ପାଇବାରୁ ବଞ୍ଚିତ ଶଯ୍ୟାଶାୟୀ ବୃଦ୍ଧ

ରେଙ୍ଗାଲି: ତୃଣମୂଳ ସ୍ତରରେ ଭିତ୍ତିଭୂମି ଅପନ୍ତରା ଅବସ୍ଥାରେ ଥିବା ବେଳେ ସରକାର ଙ୍କୁ ଘାରିଛି ଡିଜିଟାଲ୍ ଇଣ୍ଡିଆର ନିଶା। ସରକାରଙ୍କୁ ଘାରିଥିବା ଡିଜିଟାଲ୍ ଇଣ୍ଡିଆ ନିଶା ଯୋଗୁଁ ଅସଂଖ୍ୟ ବୃଦ୍ଧ/ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହୋଇ ଅକଥନୀୟ ଦୁର୍ଦ୍ଦଶାର ଭୋଗ କରୁଥିବାର ଦେଖିବାକୁ ମିଳୁଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ରେଙ୍ଗଲୋଇ ଗ୍ରାମ ପଞ୍ଚାୟତ ରେଙ୍ଗଲୋଇ ଗ୍ରାମର ୮୦ ବର୍ଷ ବୟସ୍କ ଗରିବ ଅସହାୟ ବୃଦ୍ଧା ମହାଦେବ କୁମୁରା ଏହାର ଜ୍ୱଳନ୍ତ ଉଦାହରଣ।

 

- Advertisement -

ମହାଦେବ କୁମୁରା ଗତ ୨ମାସ ରୁ ଊର୍ଦ୍ଧ୍ବ ହେଲା ଶଯ୍ୟାଶାୟୀ। ଅନ୍ୟମାନଙ୍କ ସହାୟତା ଖଟରୁ ଉଠି ବସି ପାରୁଛନ୍ତି। ସରାକରଙ୍କ ପେନସନ ଯୋଜନାରେ ମହାଦେବ ପ୍ରତିମାସ ପଞ୍ଚାୟତ ଜରିଆରେ ୫ଶହ ଟଙ୍କା ଭତ୍ତା ପାଉଥିଲେ। କିନ୍ତୁ ଡିଜିଟାଲ୍ ଇଣ୍ଡିଆ ସ୍କିମ୍ ପ୍ରଚଳନ ପରେ ସେ ପାଉଥିବା ଭତ୍ତା ବ୍ୟାଙ୍କ୍ ଆକାଉଣ୍ଟରେ ଜମା ହେଉଛି। ବ୍ୟାଙ୍କକୁ ଯାଇ ଭତ୍ତା ଟଙ୍କା ଉଠାଣ କରିବାକୁ ତାଙ୍କର ଶକ୍ତି ଓ ସାମର୍ଥ୍ୟ ନାହିଁ । ଗାଁ ରୁ ବ୍ୟାଙ୍କକୁ ଯିବାକୁ ହେଲେ ୨୫୦ ଟଙ୍କା ଅଟୋରିକ୍ସା ଭଡା ଲାଗୁଛି। ୫ଶହ ଟଙ୍କା ଭତ୍ତା ପାଇଁ ୨୫୦ ଟଙ୍କା ଅଟୋରିକ୍ସା ଭଡା ଦେବା ଗରିବ ପରିବାର ପାଇଁ ଅର୍ଥହାନି ପ୍ରାଣ ପୀଡା ସଦୃଶ କଷ୍ଟଦାୟକ ହେଉଛି। ମହାଦେବଙ୍କ ଭତ୍ତା ପୂର୍ବଭଳି ପଞ୍ଚାୟତ ଜରିଆରେ ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories