ଝୁମ୍ପୁରା : ଝୁମ୍ପୁରା ବ୍ଲକ ବାରିଆ ପଞ୍ଚାୟତ ସମ୍ମୁଖ ପଡିଆରେ ଠାରେ ଗରିବ ଲୋକଙ୍କ ପାଇଁ ସରକାର ପକ୍ଷରୁ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସ୍ମାର୍ଟ କାର୍ଡ ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଜଗନ୍ନାଥ ନାୟକ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡିଓ ବିଜୟ କୁମାର ନାଏକ, ସମିତି ସଭ୍ୟ ଶିବଚରଣ ପ୍ରଧାନ, ଏପିଓ ପୂର୍ଣ୍ଣଚନ୍ଦ୍ର ନାୟକ, ସରପଞ୍ଚ ଦୌପଦୀ ନାଏକ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ବାରିଆ ପଞ୍ଚାୟତର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ ଯେ ରାଜ୍ୟ ସରକାର ରାସନ କାର୍ଡ ପାଇଥିବା ପ୍ରତିପରିବାର ସମସ୍ତ ସଦସ୍ୟ ମାନେ ସରକାରୀ ଡାକ୍ତରଖାନା ସମେତ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ପୁରୁଷ ଲୋକଙ୍କ ଦେହ ଖରାପ ହେଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତି ମାଗଣାରେ ସ୍ୱାସ୍ଥ୍ୟସେବା ପାଇ ପାରିବେ । ସେହିପରି ମହିଳା ମାନେ ରୋଗରେ ପଡିଲେ ତାଙ୍କ ପାଇଁ ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇ ପାରିବାର ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ନୋଡାଲ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ, ଜିଆରଏସ୍, ପିଇଓ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତର ବାରିଆ ଗ୍ରାମର ୨ଶହ ଜଣଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ଯଦୁମଣି ବାରିକ, ସୁଶାନ୍ତ ପ୍ରଧାନ, ପରେଶ ବାରିକ, ଯୁଗୋଳ ବାରିକ.ଶୁକଦେବ ବାରିକ, ଶୈଳେସ ବାରିକ ପ୍ରମୁଖ । ସେହିପରି ଟୁକୁଡିହା ପଞ୍ଚାୟତ ଠାରେ ମଧ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ଅନୁଷ୍ଠିତ ହୋଇଯାଇଛି । ଏଠାରେ ବିଧାୟକ ଶ୍ରୀ ନାୟକ ସମେତ, ବିଡିଓ, ଟୁକୁଡିହା ସରପଞ୍ଚ ରୁଦୁନା ନାଏକ, ସମିତି ସଭ୍ୟ ଉପସ୍ଥିତ ରହିଥିଲେ । ଉଖୁଣ୍ଡା ଠାରେ ପାଟଣା ବିଧାୟକ ଶ୍ରୀ ନାୟକ, ବିଡିଓ , ଏପିଓ, ସରପଞ୍ଚ. ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଡ ବଣ୍ଟନ କରିଛନ୍ତି । ବଡନେଉଳି ଠାରେ ମଧ୍ୟ ପାଟଣା ବିଧାୟକ ଶ୍ରୀ ନାୟକ, ବିଡିଓ ବିଜୟ କୁମାର ନାଏକ, ଏପିଓ ପୂର୍ଣ୍ଣଚନ୍ଦ୍ର ନାୟକ, ସରପଞ୍ଚ ସାବିତ୍ରୀ ମୁଣ୍ଡା, ସମିତି ସଭ୍ୟ ବୁଧରାମ ମୁଣ୍ଡା ଉପସ୍ଥିତ ରହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।
Popular Categories



