www.samajalive.in
Thursday, December 11, 2025
14.1 C
Bhubaneswar

ଲଇଡା କଳେଜରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡା ଠାରେ ଥିବା ଦୁତିକା ସାହୁ ମହାବିଦ୍ୟାଳୟରେ ଆଜି ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଡ.ବସନ୍ତକୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବ୍ଳକ୍ ଉନ୍ନୟନ ଅଧିକାରୀ ଶଙ୍କରପ୍ରସାଦ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର/ଛାତ୍ରୀମାନଙ୍କୁ ଭୋଟର ତାଳିକାରେ ନାମ ଅନ୍ତର୍ଭୁକ୍ତ କରିବା ଏବଂ ବାଦ୍ ଦେବା ପ୍ରକିୟା ଉପରେ ବୁଝାଇବା ସହିତ ତା.୧/୧୧/୨୦୨୧ ସୁଦ୍ଧା ଯାହାକୁ ୧୮ବର୍ଷ ବୟସ ହୋଇଥିବ ସେ ନିଜର ନାମକୁ ଭୋଟର ତାଳିକାରେ ଅନ୍ତଭୂର୍କ୍ତ କରିବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରି ପାରିବେ ବୋଲି କହିଥିଲେ।

 

- Advertisement -

ଏହାବ୍ୟତୀତ ଭୋଟ୍ ଦେବା ଅଧିକାର ଏବଂ ଏହାର ମହତ୍ତ୍ୱ ଉପରେ ବିଡିଓ ଶ୍ରୀ ସାହୁ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଅଧ୍ୟାପକ ଶ୍ରୀକାନ୍ତ ପଟେଲ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଳେଜର ଛାତ୍ର/ଛାତ୍ରୀ ଏବଂ ଅଧ୍ୟାପକ/ଅଧ୍ୟାପିକା ଉପସ୍ଥିତ ଥିଲେ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories