www.samajalive.in
Saturday, December 6, 2025
23.1 C
Bhubaneswar

ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ବାଙ୍କୀ ଗସ୍ତ

ବାଙ୍କୀ : ରାଜ୍ୟ ସରକାରଙ୍କ ଖାଦ୍ୟ ଆୟୋଗ ପକ୍ଷରୁ ଶନିବାର ଦିନ ଏକ ସ୍ୱତନ୍ତ୍ର ଟିମ୍ ବାଙ୍କୀ ଗସ୍ତରେ ଆସି ତୁଳସୀପୁର,ରଗଡି ଓ ସୁବର୍ଣ୍ଣପୁର ପଞ୍ଚାୟତର କାର୍ଯ୍ୟକାରୀ ହେଉଥିବା ଯୋଜନାର କ୍ଷେତ୍ର ପରିଦର୍ଶନ କରିବା ସହିତ ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି। ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ,ସଦସ୍ୟ ସଚିବ ଶିବାନି ମହାନ୍ତି,ଖାଦ୍ୟ ଆୟୋଗର ପରାମର୍ଶଦାତା ତମାଲ ରେଜା,ପ୍ରଶାନସିକ ଅଧିକାରୀ ସମରେନ୍ଦ୍ର ଷଡଙ୍ଗୀ,ସଦସ୍ୟ ଦିଗ୍ବିଜୟନାଥ ପାଢୀ ପ୍ରମୁଖ ୫ଜଣିଆ ଟିମ୍ ବାଙ୍କୀ ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିଛନ୍ତି। ପ୍ରଥମେ ବାଙ୍କୀ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଅଧ୍ୟକ୍ଷଙ୍କୁ ଜାତମୁଣ୍ଡିଆ ଛକ ଠାରେ ସ୍ୱାଗତ କରାଯିବା ପରେ ପ୍ରଥମେ ଅଧ୍ୟକ୍ଷ ମା ଚର୍ଚ୍ଚିକାଙ୍କୁ ଦର୍ଶନ କରିଛନ୍ତି। ସେବାୟତ ମାନଙ୍କ ପକ୍ଷରୁ ତାଙ୍କୁ ଅନୁରୂପ ସ୍ୱାଗତ କରାଯାଇଛି। ପରେ ପରେ ତୁଳସୀପୁର ପଞ୍ଚାୟତର ପଡି ଚାଉଳ ବଣ୍ଟନ କେନ୍ଦ୍ର ପରିଦର୍ଶନ କରି ଯୋଗାଇ ଦିଆଯାଉଥିବା ଚାଉଳ ଉପଭୋକ୍ତା ମାନଙ୍କ ସହ ଆଲୋଚନା କରିଛନ୍ତି। ବଣ୍ଟନ କେନ୍ଦ୍ରରେ କିଭଳି ସ୍ୱଚ୍ଛତା ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି। ପରେ ପରେ ଡମପଡା ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ପୃଷ୍ଟିକର ଛତୁଆ ଯୋଗାଣ କରୁଥିବା ମା ସାରଳା ମହିଳା ମଣ୍ଡଳ ଓ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ପରିଦର୍ଶନ କରି ପରିସ୍କାର ପରିଚ୍ଛନ ଓ ମୋ ଛତୁଆ ଯୋଜନାର କାର୍ଯ୍ୟକାରିତାରେ ସ୍ୱଂୟସହାୟକ ଗୋଷ୍ଠୀର ସ୍ୱଚ୍ଛ ସହଯୋଗକୁ ପ୍ରଶଂସା କରି ଗୋଷ୍ଠୀ ସଦସ୍ୟ ମାନଙ୍କ ସହ ଛତୁଆ ପ୍ରକ୍ରିୟାକରଣ ସମ୍ପର୍କରେ ପଚାରି ବୁଝି ନିଜର ଆତ୍ମ ସନ୍ତୋଷ ପ୍ରକାଶ କରିଛନ୍ତି।
ପରେ ପରେ ରଗଡି ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ର,ପଞ୍ଚାୟତ ସ୍ତରୀୟ ମହାସଂଘ ଏବଂ ରଗଡି ଗ୍ରାମର ମହାଲକ୍ଷ୍ମୀ ସ୍ୱଂୟସହାୟକ ଗୋଷ୍ଠୀ ପରିଦର୍ଶନ କରି ମହିଳା ସଶକ୍ତିକରଣ ଏବଂ ଅର୍ଥନୈତିକ ବିକାଶରେ ମିଶନ୍ ଶକ୍ତିର ସହଭାଗିତା ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ନେତ୍ରୀଙ୍କ ଠାରୁ ପଚାରି ବୁଝି ଅର୍ଥ ଆୟକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଛନ୍ତି। ଖାଦ୍ୟ ସୁରକ୍ଷା,ପୃଷ୍ଟି ସାଧନ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଧ୍ୟକ୍ଷଙ୍କ ପରିଦର୍ଶନ ସମୟରେ ଡି.ଆର.ଡି.ଏ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର,ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନା,ଡମପଡା ବିଡିଓ ଶ୍ୟାମଳ କୁମାର ରାୟ,ବାଙ୍କୀ ବିଡିଓ ପ୍ରଦୀପ୍ତ କୁମାର ଶତପଥୀ,ସମାଜ କଲ୍ୟାଣ ଅଧିକାରୀ ନିରୁପମା ବେହେରା,ସୁଧାଂଶୁ ଶେଖର ମଣ୍ଡଳ,ସିଡିପିଓ ରୁପାଲି ମିତ୍ର,ଫୁଲରାଣୀ ବେହେରା,ବ୍ଲକ ଶିକ୍ଷାଅଧିକାରୀ ସନ୍ତୋଷ କୁମାର ସେଠୀ,ଏବିଓ ଅଶୋକ କୁମାର ପଟ୍ଟନାୟକ,ପ୍ରଫୁଲ୍ଲ କୁମାର ବେହେରା,ବିଆରସିସି ଗଦାଧର ପ୍ରଧାନ ପ୍ରମୁଖ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ଗର୍ଭବତୀ ମହିଳା ଓ ମା ମାନେ କିଭଳି ସୁସ୍ଥ ରହିବେ ସେଥିପ୍ରତି ଅଙ୍ଗନବାଡିକର୍ମୀ ଅଧିକ ଗୁରୁତ୍ୱ ଦେବା ପାଇଁ ପରିଦର୍ଶନ ସମୟରେ ବିଭିନ୍ନ ସ୍ଥାନରେ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି। କ୍ଷେତ୍ର ପରିଦର୍ଶନ ସମୟରେ ଉପସ୍ଥିତ ବିଭିନ୍ନ ପଦାଧିକାରୀଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି। ଅପରାହ୍ନରେ ମଧୁର ହ୍ରଦ ଅଂଶୁପ। ପରିଦର୍ଶନରେ ଯାଇ ସେଠାରେ କାର୍ଯ୍ୟରତ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ଜୀବନ ଜୀବିକା ସମ୍ପର୍କରେ ପଚାରି ବୁଝିଛନ୍ତି। ମିଶନ୍ ଶକ୍ତି ବ୍ଲକ ସଂଯୋଜକ ଅକ୍ଷୟ କୁମାର ଭଟ୍ଟ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମୟରେ ବାଙ୍କୀ ଉପଖଣ୍ଡ ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳିପ୍ରସାଦ ତ୍ରିପାଠୀ ଉପସ୍ଥିତ ଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories