www.samajalive.in
Sunday, December 7, 2025
16.1 C
Bhubaneswar

ଜାଣନ୍ତୁ କ’ଣ ରହିଛି ଏହି ନଦୀର ସ୍ୱତନ୍ତ୍ରତା

ଶିଲୋଂ : ଜଳ ଶକ୍ତି ମନ୍ତ୍ରାଳୟ ଦ୍ୱାରା ଟ୍ୱିଟରରେ ଏକ ନଦୀର ଫଟୋ ସେୟାର କରାଯାଇଛି। ଏହି ଫଟୋରେ ଦେଖାଯାଉଛି, ମେଘାଳୟର ଏକ ନଦୀ ଯେଉଁଥିରେ ଏକ ଡଙ୍ଗାରେ କିଛି ଲୋକେ ବସିଛନ୍ତି। ମାତ୍ର ବିଶେଷ କଥା ହେଉଛି, ଏହି ନଦୀର ପାଣି ଏତେ ସ୍ୱଚ୍ଛ ଯେ, ନଦୀର ଭିତରେ ଥିବା ସବୁଜ ଛୋଟ ଛୋଟ ଗଛ ଓ ପଥର ସମ୍ପୂର୍ଣ୍ଣ ଭାବେ ଦେଖାଯାଉଛି।


ଜଳ ଶକ୍ତି ମନ୍ତ୍ରାଳୟର ଟ୍ୱିଟ ଅନୁଯାୟୀ, ଫଟୋରେ ଦେଖାଯାଉଥିବା ଏହି ନଦୀର ନାମ ହେଉଛି ଉମନଗୋତ । ଯେଉଁଥିରେ ଏକ ଡଙ୍ଗା ଯାଉଛି। ନଦୀର ଜଳ ଏତେ ପରିମାଣରେ ସ୍ୱଚ୍ଛ ଯେ, ପାଣି ବଦଳରେ ଡଙ୍ଗା ପବନରେ ଯାଉଥିବା ଭଳି ଅନୁଭବ ହେଉଛି।
ଜାଣନ୍ତୁ ଏହି ନଦୀ ବିଷୟରେ ….
ମେଘାଳୟର ଉମନଗୋତ ନଦୀକୁ ସବୁଠାରୁ ସ୍ୱଚ୍ଛ ନଦୀର ମାନ୍ୟତା ମିଳିଛି। ଏଠାରେ ପାଣି କାଚକେନ୍ଦୁ ପରି ସଫା। ଡଙ୍ଗା ଏହି ନଦୀରେ ଦର୍ପଣ ବା କାଚ ଉପରେ ଭାସିବା ପରେ ଲାଗେ। ଏହି ନଦୀ ଶିଲୋଂଠାରୁ ୮୫ କିଲୋମିଟର ଦୂର ଭାରତ-ବାଂଲାଦେଶ ସୀମା ନିକଟ ପୂର୍ବ ଜୟାଂନ୍ତିଆ ଜିଲାରୁ ବାହାରିଛି। ଲୋକେ ଏହି ସ୍ଥାନକୁ ପାହାଡରେ ଲୁଚି ରହିଥିବା ସ୍ୱର୍ଗ ବୋଲି କହିଥାନ୍ତି। ଏହି ନଦୀର ଜଳ ଏତେ ସ୍ୱଚ୍ଛ ହେବାର ଶ୍ରେୟ ଏଠାରେ ବାସ କରୁଥିବା ଖାସ୍‍ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଚାଲିଆସୁଥିବା ସମ୍ପ୍ରଦାୟକୁ ଦିଆଯାଏ। ସଫାଇ ସେମାନଙ୍କ ସଂସ୍କାରରେ ରହିଛି। ବୃଦ୍ଧମାନେ ସ୍ୱଚ୍ଛତାକୁ ପରଖିଥାନ୍ତି। ଉମନଗୋତ ନଦୀ ୩ଟି ଗ୍ରାମ ଯଥାକ୍ରମେ ଦାଭକୀ, ଦାରଙ୍ଗ ଏବଂ ଶୋନାଗ୍ନଡେଙ୍ଗ ଦେଇ ପ୍ରବାହିତ ହେଉଛି। ପର୍ୟ୍ୟଟକଙ୍କ ଆଗମନ ପରେ ମଧ୍ୟ ମାସରେ ଦୁଇରୁ ୪ ଦିନ ନଦୀକୁ ସଫା କରାଯାଇଥାଏ। ସେହି ଦିନ ଗ୍ରାମର ପ୍ରତ୍ୟକ ଘରୁ ଜଣେ ଲେଖାଏଁ ଲୋକ ନଦୀ ସଫା କରିବାକୁ ଆସିଥାନ୍ତି। ଅଳିଆ ଆବର୍ଜନା କରୁଥିବା ଲୋକଙ୍କୁ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଥାଏ। ଏଠାକୁ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସର୍ବାଧିକ ପର୍ୟ୍ୟଟକଙ୍କ ଆଗମନ ହୋଇଥାଏ। ବର୍ଷା ଋତୁରେ ଏଠାରେ ବୋଟିଂ ବନ୍ଦ ରହିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories