www.samajalive.in
Sunday, December 7, 2025
26.1 C
Bhubaneswar

ଆତ୍ମହତ୍ୟା ଉଦ୍ୟମ ଅପରାଧରେ ଜେଲ ଗଲା ଯୁବକ

ନବରଙ୍ଗପୁର: ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ କରିବା ଯୁବକଙ୍କୁ ମାହାଙ୍ଗା ପଡିଲା। ଆତ୍ମହତ୍ୟା କରିବା ଉଦ୍ୟମ ଅପରାଧ ରେ ଜେଲ ଗଲା ଯୁବକ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ପରିସରରେ ଗତକାଲି ଜଣେ ଯୁବକ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଯୁବକକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଲିସ ଭର୍ତି କରିଥିଲା। ଯୁବକର ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବାରୁ ଆଜି ଡାବୁଗାଁ ପୋଲିସ ଉକ୍ତ ଯୁବକଙ୍କୁ ଦୁଇଟି କେଶରେ ଦଫା ଲଗାଇ କୋର୍ଟ ଚାଲାଣ କରିଛି। ଡାବୁଗାଁ ଅଞ୍ଚଳରେ ଏହା ଚର୍ଚାର ବିଷୟ ପାଲଟିଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଯୁବକ ଜଣକ ଧୋଡରା ନିକଟ ବିଡ୍ରି ଗୁଡ଼ା ଗ୍ରାମର ମଙ୍ଗ ନାଥ ଭତରା (୨୫) ଜଣକ ଡାବୁଗାଁ ବ୍ଲକରେ କାର୍ଯ୍ୟରତ ଜଣେ ଗ୍ରାମ ରୋଜଗାର ସେବିକାଙ୍କ ସହ ପ୍ରେମ ସମ୍ପର୍କ ରଖିବାକୁ ଅନୁରୋଧ କରିବା ସହ ଉକ୍ତ ଯୁବତୀକୁ ବାହାହେବା ପାଇଁ ପ୍ରସ୍ତାବ ରଖିଥିଲା। କିନ୍ତୁ ରୋଜଗାର ସେବିକା ଜଣକ ମଂଗନାଥଙ୍କ ବାହାଘର ପ୍ରସ୍ତାବକୁ ରାଜି ନ ହେବାରୁ ଯୁବକ ଜଣକ ରୋଜଗାର ସେବିକାଙ୍କ ମୋବାଇଲ ଚଢାଇ ନେଇ ହ୍ଵାଟ୍ସଆପରେ କରିଥିବା ଚାଟିଙ୍ଗକୁ ଭାଇରଲ କରିଥିବା ନେଇ ଗତକାଲି ଯୁବତୀ ଜଣକ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏତଲା ପରେ ଯୁବକ ଜଣକ ଥାନାକୁ ଆସି ଔଷଧ ଖାଇ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲା ଏବଂ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମେଡିକାଲରେ ଭର୍ତି କରାଯାଇଥିଲା। ଆଜି ଯୁବକର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରେ ଯୁବତୀଙ୍କ ଏତଲା ଏବଂ ଆତ୍ମହତ୍ୟା ଉଦ୍ୟମ ଅପରାଧରେ ଦୁଇଟି ଦଫା ଲଗାଇ ଯୁବକଙ୍କୁ କୋର୍ଟ ଚାଲାଣ କରିଛି ଡାବୁଗାଁ ପୋଲିସ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories